News
lipub
samparksetu

ଖବର ପ୍ରସାରଣ ପରେ ଦେବକୀଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ସ୍ବାମୀ ଏକା କରି ଆରପାରିକୁ ଚାଲିଗଲା ପରେ ଦୁଇଟି ପୁଅ ଯେ ଜଣେ ଦିନ ମଜୁରୀଆ ଓ ଅନ୍ୟ ଜଣେ ମାନସିକ ବିକୃତ। ନା ଅଛି ରୋଜଗାର ନା ଅଛି ଧନ ସମ୍ପତ୍ତି! ଦଇବ ଦେଇଛି ଦାରୁଣ ଦୁଃଖ। ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତା ଦେବକୀ ବେହେରା।

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଢିବିଲି ପଞ୍ଚାୟତର ସ୍ବର୍ଗତ ଯୁଧିଷ୍ଠିର ବେହେରାଙ୍କ ପତ୍ନୀ ହେଉଛନ୍ତି ଦେବକୀ। ପେଟକୁ ଦାନା ଯୋଗାଡ଼ କରିବାକୁ ସକ୍ଷମ ନୁହଁନ୍ତି ତାପରେ ବି ରୋଗ ଦାଉ ସାଧୁଛି। ବୟସ ଷାଠିଏ ପାର ଓ ବିଧବା ହୋଇଥିବା ବେଳେ ବି ନା ମିଳୁଥିଲା ବାର୍ଦ୍ଧକ୍ୟ ଜନିତ ଭତ୍ତା ନା ବିଧବା ଭତ୍ତା।

ତେବେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ଖବର ପ୍ରସାରଣ ପରେ ଦେବକୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିଛନ୍ତି ସରକାର ।

new life
You might also like
error: Content is protected !!