News
lipub
samparksetu

୧୧ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟରଫାଇନାଲ ମ୍ୟାଚ ରେ କଟକ ୟୁନିଅନ ସ୍ପୋର୍ଟିଂ ବିଜୟୀ

ମା ଅନ୍ଧାରୀ କ୍ରିକେଟ କ୍ଲବ ଆନୁକୁଲ୍ଯରେ ଅନୁଷ୍ଠିତ ୧୧ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟରଫାଇନାଲ ମ୍ୟାଚ ରେ ଅନୁଗୁଳ ର ମା ବୁଢୀ ଦଳ ସହିତ ୟୁନିଅନ ସ୍ପୋର୍ଟଂ କଟକ ମଧ୍ଯରେ ଖେଳା ଯାଇଥିଲା ଅନୁଗୁଳ ମା ବୁଢୀ ଟସ୍ ରେ ବିଜୟୀ ହୋଇ ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲା।

ନିର୍ଧାରିତ ୨୫ ଓଭରରେ ୮ ଗୋଟି ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଚିନ୍ମୟ ସାହୁ ୫୫ ବଲରୁ ୯୪ ରନ କରିଥିବା ବେଳେ ୟୁନିଅନ ସ୍ପୋର୍ଟିଂ ଦଳ ପକ୍ଷରୁ ରିତେଶ୍ ପାଣ୍ଡେ ୫ ଓଭରରେ ୩୬ ରନ ଦେଇ ୫ ଟି ୱିକେଟ ଅକ୍ତିଆର କରିଥିଲେ।

ଦ୍ବିତୀୟ ଇନିସ ରେ ୨୧୩ ରନ ର ବିଜୟ ଲକ୍ଷ କୁ ପିଛା କରି କଟକ ୟୁନିଅନ ସ୍ପୋର୍ଟିଂ ୨୩ ଓଭରରେ ୫ ଗୋଟି ୱିକେଟ ହରାଇ ୨୧୫ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ମା ବୁଢୀ ଅନୁଗୁଳ ୫ ୱିକେଟ ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ହୋଇଛି।

କଟକ ଦଳ ପକ୍ଷରୁ ରାଜୀବ ଲୋଚନ ସାହୁ ୫୩ ବଲ୍ ରୁ ୭୦ରନ କରି ମ୍ୟାନ-ଅଫ-ଦ-ମ୍ୟାଚ ହୋଇଥିଲେ । ଖେଳକୁ ପରିଚାଳନା କରୁଥିଲେ ପ୍ରଶାନ୍ତ ଦାସ ଓ ସନ୍ତୋଷ ସାମଲ ।

new life
You might also like
error: Content is protected !!