ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଗୋବିନ୍ଦପୁର ଗୋଡିସାହିରେ ଗତକାଲି ବିଳମ୍ବିତ ରାତିର ହାତୀ ଆକ୍ରମ ଜଣେ ଗୁରୁତ୍ତର ।
ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨.୩୦ ଘଟିକା ସମୟରେ ସ୍କୁଲ ବାରଣ୍ଡାରେ ସେହି ଗ୍ରାମ ଗୋଡିସାହିର ଜଣେ ଯୁବକ ଶୋଇଥିବା ବେଳେ ଏକ ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା ।
ଆଜି ବଡ଼ି ସକାଳୁ ଗ୍ରାମବାସି ତାଙ୍କୁ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଅନ୍ୟପଟେ କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଦ୍ୱାରା ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଆହତ ଯୁବକ ଜଣଙ୍କ ଗୋବିନ୍ଦପୁର ଗ୍ରାମର ପ୍ରଶାନ୍ତ ରାଉତ( ୪୫) ବୋଲି ସୂଚନା ।
