News
lipub
samparksetu

ତୃତୀୟ ମା ପିତ୍ତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୨ ତାରିଣୀ ପଡିଆ ଠାରେ ସାତ ଦିନ ଧରି ଚାଲିଥିବା ମା ପିତ୍ତାବଳୀ କ୍ରିକେଟ ମ୍ୟାଚ ର ଆଜି ରୋମାଂଚକ ଫାଇନାଲ ମ୍ୟାଚ ରେ ପଟଲା ଏକାଦଶ କୁ ଆଜି ଭେଟିଥିଲା ମହଲୁଣ୍ଡା ଟିମ।

ଟସ ଜିଣି ସମସ୍ତ ଉଇକେଟ ହରାଇ ୮୮ରନ କରିଥିବା ବେଳେ ପଟଲା ଏକାଦଶ ନିର୍ଦ୍ଧାରିତ ସମୟ ରେ ଶେଷ ଦୁଇ ବଲ ରେ ତିନି ରନ ନେଇ ୮୯ରନ କରି ମ୍ୟାଚ କୁ ଜିତି ନେଇଥିଲା।ମୁଖ୍ୟ ଅତିଥି ଭାବରେ ଅଜୟ ଦାସ ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିବା ବେଳେ ସନମାନୀତ ଅତିଥି ଭାବରେ କାଉନସିଲର ପ୍ରଦ୍ୟୁମ୍ନ ବେହେରା ଯୋଗ ଦେଇ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ।

ପିତ୍ତାବଳୀ କ୍ରିକେଟ ସଂଘର ସଭାପତି ତପନ କୁମାର ସାହୁ ଙ୍କ ସଂଯୋଜନା ରେ ସଭ୍ୟ ଶ୍ରୀଧର ବେହେରା ଓ ଅନ୍ୟ ସଭ୍ୟ ମାନେ ସମ୍ପୁର୍ଣ୍ଣ ଟୁର୍ଣ୍ଣାମେଂଟ କୁ ସୁପରିଚାଳନା କରିଥିଲେ।ଅତିଥି ଦ୍ବୟ ସେମାନଙ୍କ ଭାଷଣ ରେ ଉଭୟ ଖେଳାଳି ଙ୍କୁ ପ୍ରସଂଶା କରିବା ସହ ବହୁ ମୂଲ୍ୟବାନ ଉପଦେଶ ଦେଇଥିଲେ ।

new life
You might also like
error: Content is protected !!