News
lipub
samparksetu

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ; ଜଣେ ମୃତ, ଦୁଇଜଣ ଆହତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଲେହି ଛକରେ ଆଜି ଦୁଇ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଛନ୍ତି । ମୃତକ ଜଣଙ୍କ
ପଡା ଗ୍ରାମର ଭ୍ରମର ସାହୁ (୫୫) ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ , ଭ୍ରମର ନିଜ ବାଇକ୍ ଯୋଗେ ଆସିଥିବା ବେଳେ ଗୁଲେହି ଛକରେ ସାମ୍ନାରୁ ଆସୁଥିବା ଆଉ ଏକ ବାଇକ୍ ସହ ଧକ୍କା ହେବା ଫଳରେ ଭ୍ରମର ଗୁରୁତର ହୋଇଥିବା ବେଳେ ଅନ୍ୟ ବାଇକ୍ ରେ ଥିବା ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି ।

୧୦୮ ଆମ୍ବୁଲାନ୍ସ ଯୋଗେ ଭ୍ରମର ଙ୍କୁ ସଂଗେସଂଗେ ଅନୁଗୋଳ ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ଭ୍ରମର ଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଜାଇଥିଲା । ଭ୍ରମର ହିନ୍ଦୋଳ ବିଦ୍ୟୁତ ବିଭାଗରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ ।

new life
You might also like
error: Content is protected !!