ସମସ୍ୟାର ବିଶ୍ଳେଷଣ କରିସାରିବା ପରେ, ଏହାକୁ ଭଲଭାବରେ ତନଖିବା ଉଚିତ। କିଛି ତୃଟି ରହିଗଲା କି ? ନିଜର ଆଚରଣ ଓ ଉଚ୍ଚାରଣ ଠିକ ଅଛି ତ ? ନିଜର ଭାବନା ଓ ବିଚାର ଠିକ୍ ଅଛି କି ? ନା, ଠିକ୍ ମାର୍ଗ କୁ ଆସିବାକୁ ହେଲେ ଆଉ କିଛି କ୍ଷେତ୍ରରେ ଅଧିକ ବୁଝାମଣା ଦରକାର ? ଏହି ସମସ୍ତ ପ୍ରଶ୍ନ ନିଜକୁ ପଚାରିବା ଉଚିତ।
ଫଳରେ ଉଚିତ୍ ଓ ଅନୁଚିତ୍ ମଧ୍ଯ ରେ ଥିବା ଫରକ୍ ଆପେ ଆପେ ଜଣାପଡିଯିବ। ଯେଉଁ ଭାବନା ବା ଚିନ୍ତାଧାରା ତୃଟିଯୁକ୍ତ ତାହା ପରବର୍ତ୍ତୀ ପଦକ୍ଷେପ ରେ ସଂଶୋଧିତ ହୋଇଯିବା ର ସମ୍ଭାବନା ଥାଏ।
ନିଜର କାର୍ଯ୍ଯ କରିବାର ପ୍ରଣାଳୀ କୁ ହୃଦୟଙ୍ଗମ କରିବା ଫଳରେ ଆଗକୁ ବଢିବା ପାଇଁ କିଛି ଉତ୍ସାହ ଆସିଥାଏ । ସମସ୍ଯା ବେଳେ ବେଳେ ବ୍ଯତିବ୍ଯସ୍ତ କରିପକାଇଥାଏ। ସେହି ସମୟରେ ହତୋତ୍ସାହିତ ନହୋଇ ଧୈର୍ଯ୍ଯ ର ସହିତ ସମସ୍ଯା କୁ ସମ୍ମୁଖୀନ କରିବା ଉଚିତ।
ଲକ୍ଷ୍ୟସ୍ଥଳ ରେ ପହଞ୍ଚିବା ପର୍ଯ୍ୟନ୍ତ କିମ୍ବା ସମାଧାନ ନହେବା ପର୍ଯ୍ୟନ୍ତ ଏହିପରି ଉତ୍ସାହ ଓ ଆନନ୍ଦ ଅନୁଭବକୁ ସ୍ଥଗିତ ରଖିବା ଉଚିତ୍ ନୁହେଁ । ଏହିପରି ପ୍ରକ୍ରିୟା ଚାଲୁଥିବା ସମୟରେ ନିଜକୁ ଆବିଷ୍କାର କରିବାର ସୁଯୋଗ ମିଳେ ଏବଂ ପ୍ରତ୍ୟେକ ପଦକ୍ଷେପରେ ଉପଲବ୍ଧି ମିଳିଥାଏ। ସମସ୍ଯା କୁ ପ୍ରତିହତ କରିବାର କୌଶଳ ର ବି ଶିକ୍ଷା ମିଳିଥାଏ।
ଏକ ସକରାତ୍ମକ ଉପଲବ୍ଧି ମଣିଷ କୁ ସଫଳତା ର ଶିଖର କୁ ନେଇଯାଇଥାଏ।