କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଓଡ଼ିଶାରେ ସମର୍ଥନ । ଆସନ୍ତାକାଲି ଚକ ଅଖ ଜାମ ଡାକରା ଦେଇଛି ଜଣାଇ ନବ ନିର୍ମାଣ କୃଷକ ସଂଗଠନ ।
ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।
ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ବିଷୟରେ ବୁଝାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।
