News
lipub
samparksetu

ଖବର ପ୍ରସାରଣ ପରେ ; ୧୨ ବର୍ଷ ହେଲା ବିଧବା ଭତ୍ତାରୁ ବଞ୍ଚିତ ସୁଚିତ୍ରାଙ୍କୁ ମିଳିଲା ଭତ୍ତା

ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ବିଡ ପଞ୍ଚାୟତ ବୁଢାପଙ୍କ ଗାଁର ସ୍ୱର୍ଗତ ସୁକାନ୍ତ ନାୟକଙ୍କ ପତ୍ନୀ ସୁଚିତ୍ରା ନାୟକ। ୨୦୦୮ ମସିହାରେ ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ପରେ ଗୋଟିଏ ବୋଲି ପୁଅକୁ ନେଇ ସଂସାର ।

ପୁଅଟି ତାଙ୍କର ରକ୍ତ ଶିକୁଳି (ସିକିଲିଙ୍ଗ) ରୋଗରେ ପୀଡିତ। ବିଧବା ହିସାବରେ ତାଙ୍କୁ ଦୀର୍ଘ ୧୨ ବର୍ଷ ହେବ ସେ ଭତ୍ତା ପାଇଁ ବହୁତ ଥର ବ୍ଲକ କାର୍ଯ୍ୟାଳୟ ଆସିଥିଲେ ମଧ୍ୟ ଭତ୍ତା ଖଣ୍ଡିଏ କହିଛନ୍ତି ହେଲେ ଭତ୍ତା ଖଣ୍ଡିଏ ପାଇ ପାରିନଥିଲେ ସେ ।

ତେବେ ତାଙ୍କର ଏହି ସମସ୍ୟା ଟି କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ସୁଚିତ୍ରାଙ୍କୁ ବିଧବା ଭତ୍ତା ଯୋଗାଇଦେଇଛନ୍ତି ସରକାର ।

new life
You might also like
error: Content is protected !!