ପ୍ରେମ ନିସ୍ବାର୍ଥ ଆଉ ଶାଶ୍ୱତ, ଆଉ ଏହି ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ଯନ୍ତ ପ୍ରେମ ଦିବସର ବିଭିନ୍ନ ଦିନ ପାଳନ କରାଯାଏ। ଆଜିଠାରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ୱିକ୍।
ଆଜି ହେଉଛି ଗୋଲାପ ଦିବସ ବା ରୋଜ୍ ଡେ। ବିଭିନ୍ନ ପ୍ରକାର ଗୋଲାପ ରଙ୍ଗର ଅଲଗା ଅଲଗା ସ୍ବତନ୍ତ୍ରତା ରହିଥାଏ। ଯାହା ଅଲଗା ଅଲଗା ଭାବନାକୁ ବ୍ଯକ୍ତ କରିଥାଏ।
ରବିବାର ଅର୍ଥାତ୍ ଆଜି ରୋଜ୍ ଡେ। ଏଥିପାଇଁ ଶନିବାର ରାତିରୁ ମନ ଛଟପଟ ହୋଇ ରହିଛି ସମସ୍ତ ପ୍ରେମୀମାନଙ୍କର। କେମିତି ସୂର୍ଯ୍ୟ ଉଇଁବେ ଆଉ ମନର ମଣିଷକୁ ଗୋଲାପ ଦେବେ । ମନ ଭିତରେ ଥିବା କଥା ସବୁ କହିବେ । ପ୍ରେମ ନିବେଦନ କରିବେ । ଏମିତି ସବୁକୁ ନେଇ ଅପେକ୍ଷା କରିଛନ୍ତି ଯୁବପିଢ଼ି ।
ଭାଲେଣ୍ଟାଇନ୍ ସପ୍ତାହକୁ ଧୁମଧାମରେ ପାଳନ କରିବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଢେଙ୍କାନାଳ ବଜାରରେ ଗୋଲାପ ଦର ଗୋଟେ ପିଛା ୨୦ ଟଙ୍କା ରହିଥିବା ବେଳେ ବିଭିନ୍ନ ପାର୍କ, ମାର୍କେଟ୍ ଓ କଲେଜ ପରିସରରେ ପ୍ରେମୀ ଯୁଗଳଙ୍କ ମେଳି ଜମିଲାଣି । କିଏ ଗିଫ୍ଟ ଓ କାର୍ଡରେ କାମ ଚଳାଇ ଦେବାକୁ ଯୋଜନା କରୁଛନ୍ତି ତ ଆଉ କିଏ ସରପ୍ରାଇଜ୍ ଦେବା ପାଇଁ ପ୍ଲାନିଂ କରୁଛନ୍ତି ।
