ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଚୂନରଗଡି ଗ୍ରାମରେ ଗତ ୫ ତାରିଖ ଦିନ ଉକ୍ତ ଗ୍ରାମର ନବକିଶୋର କବାଟ ଙ୍କ ପତ୍ନୀ ରିଙ୍କି ମହାକୁଡ଼(୨୬) ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ଘରୁ ପୋଲିସ ଜବତ କରିଥିଲା
ମୃତ ମହିଳାଙ୍କ ଭାଇ ଙ୍କ ଅଭିଯୋଗ କ୍ରମେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମହିଳା ଙ୍କ ମୃତ ଦେହ ଜବତ କରିବା ସହ ସ୍ଵାମୀଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ତେବେ ଆଜି ନିବକିଶୋର ନିଜ ସ୍ତ୍ରୀ କୁ ପୋଡି ମାରିଥିବାର ଦୋଷ ପୋଲିସ୍ ସମୁଖରେ ସ୍ୱିକାର କରିଛି । କୋଭିଡ ଟେଷ୍ଟ ପରେ ନିବକିଶୋର କୁ କୋର୍ଟ ଚାଲାଣ କରିଛି କଙ୍କଡାହାଡ଼ ପୋଲିସ୍ ।
ସୂଚନାଯୋଗ୍ୟ କି ୨୦୧୭ ମସିହାରେ ଭୁବନ ବଡ଼କାଠିଆ ଗ୍ରାମର ରିଙ୍କି ମହାକୁଡ ଙ୍କୁ ବିବାହ କରି ଘରକୁ ଆଣିଥିଲେ ନବକିଶୋର କବାଟ , ତାଙ୍କର ୩ ବର୍ଷର ଏକ କନ୍ୟା ସନ୍ତାନ ଅଛି । ଗତ ୪ତାରିଖ ବିଳମ୍ବିତ ରାତିରେ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରି ପ୍ରଥମେ ମାରପିଟ କରି ଘରେ ପୁରେଇଦେଇ ନିଆଁ ଲଗାଇଥିଲା ନିବକିଶୋର ।
