ପ୍ରେମ ହେଉଛି ଏମିତି ଅନୁଭୂତି ଯାହା ସାରା ଜୀବନ ମନର କୋଣରେ ଲାଖି ରହେ । ଆଜି ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥା ଚକୋଲେଟ ଡେ। ଆଜିର ଦିନର ନିଜ ମନ ପସନ୍ଦର ସାଥୀଙ୍କୁ ପ୍ରିୟ ଚକୋଲେଟ ଦେଇ ମନ କଥା ହୁଅନ୍ତୁ।
ଗତକାଲି ପ୍ରପୋଜ ଡେ’ ଶେଷ ହୋଇଥିଲାବେଳେ ଆଜି ଚକୋଲେଟ୍ ଡେ’ । ମନର ମଣିଷକୁ ଚକୋଲେଟ୍ ଦେଇ ମନ କଥା କହିବେ ପ୍ରେମୀଯୁଗଳ ।
ନିଜ ମନର ସାଥୀକୁ ଚକୋଲେଟ୍ ଦେଇ ଅଭିନନ୍ଦନ ଜଣାଇବା ପାଇଁ ବେଶ ଉତ୍ସାହର ସହ ଚାହିଁବସିଛନ୍ତି ଯୁବପିଢ଼ି । ପ୍ରେମ ସପ୍ତାହରେ ନିଜ ପ୍ରେମୀକୁ ମିଠା ମିଠା ଫ୍ଲେଭର୍ ଦେବାକୁ କେହି ସୁଯୋଗକୁ ହାତଛଡ଼ା କରିବେନି ।
ସେଥିପାଇଁ ଅନେକ ପ୍ରେମୀଯୁଗଳ ଅନେକ ଦୋକାନ ଦୋକାନ ବୁଲି ଚକୋଲେଟ୍ କିଣିଥିଲେ । କିଟ୍କାଟ୍, ମଞ୍ଚ୍, ପର୍କ, ଅମୁଲ୍ ଡାର୍କ ଚକୋଲେଟ୍, ମିଲ୍କ୍ ଚକୋଲେଟ୍, ସେଲିବ୍ରେସନ୍, ଡାଏରି ମିଲ୍କର ବିଭିନ୍ନ ଫ୍ଲେଭର ଥିବା ଚକୋଲେଟ୍ ସବୁ ଖୋଜିଥିଲେ ।
ତେଣୁ ଆଜିର ଦିନରେ ବିଭିନ୍ନ ଫ୍ଲେଭରର ଚକୋଲେଟ ଦେଇ ସାଥୀ ମନକୁ କିଣି ନିଅନ୍ତୁ। ଆଉ ମନ ଭିତରେ ଯେତେ ବି ମାନ ଓ ଅଭିମାନ ରହିଛି ସବୁ କିଛି ଏହି ମଉକାରେ ଦୂର କରିନିଅନ୍ତି। ଏମିତିରେ ଆପଣଙ୍କ ସଂପର୍କ ଆଉ ବେଶ୍ ମଜବୁତ ହୋଇଯିବ।