ଦିନେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ଚୋରି ର ଶିକାର ହୋଇଛନ୍ତି । ଏଭଳି ଏକ ଅଘଟଣ ଘଟିଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପଳାଶପଠିଆ ଗ୍ରାମରେ ।
ସେହି ଗ୍ରାମର ପୁର୍ବତନ ସୈନିକ ବିରଞ୍ଚି ନାରାୟଣ ମହାପାତ୍ର ଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଜଣାଯାଇଛି । କବାଟ ସୀଙ୍କୁଳି କୁ ତାଡି ଚୋର ଘରେ ପଶିବା ପରେ ଆଲମାରୀ ରେ ଥିବା ଜିନିଷ ଖୋଜା ଖୋଜି କରିଥିବାର ଜଣାଯାଉଛି ।
ଅନ୍ୟପଟେ କଣ ଜିନିଷ ଚୋରି ହୋଇଛି ଏବଂ ଚୋର କିଛି ସୁରାକ ଛାଡିଯାଇଛିକି ଏନେଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
