ବଢ଼ିଲା ଲକଡାଉନ ; ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ମିଳିବ ମାତ୍ର ୪ ଘଣ୍ଟା ,ବାହାଘରରେ ୨୫ ଜଣଙ୍କୁ ଅନୁମତି !
ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଲକଡାଉନ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପୂର୍ବ ଭଳି ଶନିବାର ଓ ରବିବାର ସଟ୍ ଡାଉନ୍ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ସମୟ ସୀମାକୁ କମାଇ ଦିଆଯାଇଛି। ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ଫଳରେ ଲୋକଙ୍କୁ ପନିପରିବା ଓ ତେଜରାତି ସାମଗ୍ରୀ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ।ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।
ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ। ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ। ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ। ଏନେଇ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ଅପରପକ୍ଷରେ ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିବ। ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ବାରଣ କରାଯାଇଛି। କେବଳ ପାର୍ସଲ ଦେଇପାରିବେ। ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ।
କଣ ରହିବ ଖୋଲା :
� ଟିକାକରଣ କେନ୍ଦ୍ର, କୋଭିଡ୍ ଟେଷ୍ଟିଂ ସେଣ୍ଟର ଖୋଲା ରହିବ
� ବିବାହ ଉତ୍ସବରେ ସର୍ବାଧିକ ୨୫ ଜଣ, ଶେଷକୃତ୍ୟ କର୍ମରେ ସର୍ବାଧିକ ୨୦ ଜଣ ଯୋଗ ଦେଇପାରିବେ �ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ
� ହୋଟେଲ, ରେସ୍ତୋରାଁ ଏବଂ ଢାବାଗୁଡ଼ିକ କେବଳ ହୋମ୍ ଡେଲିଭରି ଦେବେ
� କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ କାର୍ଯ୍ୟଜାରି ରହିବ
� ସମସ୍ତ ପ୍ରକାର ମାଲ୍ ପରିବହନ, କୃଷି ଓ ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବାକଟକଣାମୁକ୍ତ ରହିଛି
� ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଭିତରେ ବିତରଣ କରିପାରିବେ
� ବିହନ, ସାର, କୀଟନାଶକ ଦ୍ରବ୍ୟ ଦୋକାନ ଖୋଲା ରହିବ
� ନିର୍ମାଣ ସାମଗ୍ରୀ ଦୋକାନ, ବହି ଦୋକାନ ଖୋଲା
� ଇଲେକ୍ଟ୍ରିସିଆନ, ଏସି-ଫ୍ରିଜ୍-କୁଲର ଆଦି ମରାମତି କରୁଥିବା ମିସ୍ତ୍ରୀ, ପ୍ଲମ୍ବର, ଆଇଟି ଟେକ୍ନିସିଆନ, କାଠ କାରିଗର ନିଜ କାମ କରିପାରିବେ ।
� ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ-ବ୍ୟାଙ୍କିଙ୍ଗଆର୍ଥିକ ସଂସ୍ଥା, ଋଣ ସମବାୟ ସମିତି କାର୍ଯ୍ୟ ଜାରି ରଖିବେ
� ମୋବାଇଲ ମରାମତି ଦୋକାନ, ଗାଡ଼ି ମରାମତିକରୁଥିବା ଗ୍ୟାରେଜ ଖୋଲା ରହିବ ।
� ସ୍ୱାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ,ପରିମଳ ସେବା, ଟେଲିଫୋନ ଓ ଇଣ୍ଟରନେଟ ଦେବା, ଡିଟିଏସ୍ ସେବା, ଗ୍ୟାସ ବିତରଣ ଓପେଟ୍ରୋଲ ପମ୍ପ ଆଦି ଖୋଲା ରହିବ
କଣ ରହିବ ବନ୍ଦ :
� ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର, କୋଚିଂସେଣ୍ଟର ଆଦି ବନ୍ଦ
� ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ
� ସେଲୁନ, ସ୍ପା, ବିୟୁଟି ପାର୍ଲର ଆଦି ଖୋଲିବନି
� ପ୍ରଦର୍ଶନୀ, ମେଳା, ସମ୍ମିଳନୀ, ସିନେମା ହଲ୍,ମାର୍କେଟ କମ୍ପେ୍ଲକ୍ସ, ମଲ୍, ଜିମ୍, ଥିଏଟର, ବାର୍,ଯାତ୍ରା, ମୁକ୍ତାକାଶ ରଂଗମଞ୍ଚ ଓ ସର୍ବସାଧାରଣମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ
� ଧର୍ମସ୍ଥଳୀ ଓ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ
