News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଅସହାୟ ପ୍ରତିମା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ମହାଲୁଣ୍ଡା ନୂଆପଡା ଗ୍ରାମର ପ୍ରତିମା ସାହୁ(୫୫) ପ୍ରାୟ ଏକ ସପ୍ତାହ ହେବ ଅସୁସ୍ଥ ହୋଇ ନିଜ କୁଡ଼ିଆରେ ପଡି ରହିଥିଲେ । ତାଙ୍କର ପରିବାର ରେ କେହି ନଥିବାରୁ ଚିକିତ୍ସା ହୋଇ ପାରୁ ନଥିଲା ।

ତେବେ ଏ ନେଇ ଢେଙ୍କାନାଳ ଅପଡେଟ ଖବର ପ୍ରସାରଣ ହେବା ସହ ସ୍ଥାନୀୟ ସରପଞ୍ଚ ଏବଂ ହିନ୍ଦୋଳ ବ୍ଳକ୍ ନୋଡାଲ ଅଫିସର ଙ୍କୁ ଜଣା ହୋଇଥିଲା ।

ତେବେ ତୁରନ୍ତ ହିନ୍ଦୋଳ ବିଡିଓ ଏବଂ ସରପଞ୍ଚ ସହାୟତାରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!