News
WhatsApp Image 2023-10-04 at 17.25.00
samparksetu

ରାସ୍ତା କଡରେ ବିପଦ ସଙ୍କୁଳ ଟେଲିଫୋନ ଖୁଣ୍ଟି, ବଡ଼ଧରଣ ଦୁର୍ଘଟଣା କୁ ଅପେକ୍ଷା !

ବିଏସଏନଏଲ ଲ୍ୟାଣ୍ଡ ଲାଇନ ସେବା, ଦିନେ ଥିଲା ଘରେଘରେ ପରିଚିତ । ଦୂରରେ ଥିବା ସାଙ୍ଗସାଥି ବା ପରିବାର ବର୍ଗଙ୍କ ସହ କଥା ପଦିଏ ହେବାପାଇଁ ଲ୍ୟାଣ୍ଡ ଲାଇନ ଥିଲା ମୁଖ୍ୟ ସ୍ରୋତ । କାଳକ୍ରମେ ଲୋପ ପାଇଲା ଲ୍ୟାଣ୍ଡଲାଇନ, ଆସିଲା ମୋବାଇଲ ଚାହିଦା କମିବା ସଙ୍ଗେସଙ୍ଗେ କମି ଚାଲିଲା ଗ୍ରାହକଙ୍କ ସଂଖ୍ୟା ଧୀରେଧୀରେ ଶ୍ରୀହୀନ ହୋଇ ପଡିଲା ଟେଲିଫୋନ ଖୁଣ୍ଟି ।

ହେଲେ ବିଭିନ୍ନ ଅଞ୍ଚଳ ରେ ଉପଭୋକ୍ତା ନଥାଇ ମଧ୍ୟ ପଡିରହିଛି ଟେଲିଫୋନ ଖୁଣ୍ଟି । ରକ୍ଷଣାବେକ୍ଷଣ ଅଭାବରୁ ସୃଷ୍ଟି ହୋଇଛି ବିପଦ ସଙ୍କୁଳ ଅବସ୍ଥା । ଏପରି ଏକ ବିପଦ ସଙ୍କୁଳ ଟେଲିଫୋନ ଖୁଣ୍ଟି ରହିଛି ଢେଙ୍କାନାଳ ମୁନିସିପାଲଟିର ମଧୁବନ ସ୍ଥିତ ୩ ନମ୍ବର ୱାର୍ଡ ରେ । ସମ୍ପୂର୍ଣ୍ଣ ଲେନରେ ନାହାନ୍ତି କେହି ଲ୍ୟାଣ୍ଡଲାଇନ ଉପଭୋକ୍ତା ହେଲେ ମଧ୍ୟ ପଡିରହିଛି ଏହି ଖୁଣ୍ଟି, ଅନ୍ୟପଟେ ଏହା ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ତାର ଉପରେ ପଡି ରହିଥିବାରୁ ଖୁଣ୍ଟିଟି ଉପୁଡି ପଡିଲେ ବିଦ୍ୟୁତ ତାର ଗୁଡିକ ମଧ୍ୟ ଛିଡି ପଡିବାର ସମ୍ଭାବନା ରହିଛି ।

ସେହି ରାସ୍ତା ଦେଇ ପ୍ରତିଦିନ ଶିଶୁ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ଯାତାୟାତ କରିଥାନ୍ତି ଖୁଣ୍ଟି ଟି କେଉଁ ମୁହୂର୍ତ୍ତରେ କାହାଉପରେ ପଡିବ ସେନେଇ ଅନିଶ୍ଚିତତା ରେ ଦିନ କାଟୁଛନ୍ତି ଅଞ୍ଚଳବାସୀ । ତେଣୁ ସମ୍ପୃକ୍ତ ଖୁଣ୍ଟିଟିକୁ ସେଠାରୁ ତୁରନ୍ତ ହଟାଇବାକୁ ସ୍ଥାନୀୟ ମହଲରେ ଦାବି ଦେଖାଦେଇଛି ।

new life
You might also like
error: Content is protected !!