News
lipub
samparksetu

ଧରା ପଡିଲା ହିନ୍ଦୋଳ ଜେଲରୁ ଚମ୍ପଟ ମାରିଥିବା ଅଭିଯୁକ୍ତ

ହିନ୍ଦୋଳ ଜେଲ ରୁ ଗତ ୨ତାରିଖରେ ଜଣେ ବିଚାରଧୀନ ଆସାମୀ ବିରଞ୍ଚି ବେହାର ପାଚେରି ଡେଇଁ ଚମ୍ପଟ ମାରିଥିଲା । ଗତ ସୋମବାର ବିଳମ୍ବିତ ରାତ୍ରିରେ ସେ ନିକଟ ସରାସିଂ ଗାଁରେ ଥିବା ଖବର ପାଇ ହିନ୍ଦୋଳ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲଣ କରିଛି ।

ଜେଲ କର୍ମଚାରୀଙ୍କ ଅସାଵଧାନତା ହେତୁ ଏହି ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ କର୍ମଚାରୀ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ।

ଗତ ଜୁନ ୨୫ ତାରିଖରେ ରାସୋଳ ଥାନା ଦଣ୍ଡିରୀ ଗାଁ ରେ ମାଂସ ଭାଗବଣ୍ଟା କୁ ନେଇ ବୁଲୁ ବେହେରା ଏବଂ ବିରଞ୍ଚି ଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ ଏକ ଧାରୁଆ ଅସ୍ତ୍ରରେ ବୁଲୁକୁ ବିରଞ୍ଚି ଆକ୍ରମଣ କରିଥିଲା ।ଘଟଣା ସ୍ଥଳରେ ବୁଲୁର ମୃତ୍ୟୁ ହୋଇଥିବା ବେଳେ , ବିରଞ୍ଚି କୁ ଗିରଫ କରାଯାଇ ହାଜତକୁ ପିଠା ଯାଇଥିଲା ।

new life
You might also like
error: Content is protected !!