ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତ ର ଅରାଚୁଆ ରାସ୍ତାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳା ଙ୍କର ମୃତ ହୋଇଛି । ମୃତକ ଜଣଙ୍କ ଧନିଆନାଳୀ ଗ୍ରାମରୁ ବାସନ୍ତୀ ଦାସ(୪୦)
ସୂଚନା ଅନୁଯାୟୀ , ସେ ବିଲବାଡ଼ି କାମ କରିବାକୁ ମଠତେନ୍ତୁଳିଆ କୁ ଆସୁଥିବା ବାଟରେ ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର ଘଟଣା ସ୍ଥଳରେ ମୃତୁ ହୋଇଛି । ସ୍ଥାନୀୟ ପୂର୍ବତନ ସମିତି ସଭ୍ୟ ମାନ ମହାନ୍ତି ଓ ଯୁବ ବନ୍ଧୁ ମାନେ ୧୦୮ ଯୋଗେ ମେଡ଼ିକାଲ କୁ ପଠାଇଦେଇଥଲେ ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଦିନକୁ ଦିନ ମାଙ୍କଡ଼ା ପଥର ଗାଡିଚାଳକଙ୍କର ବେପରୁଆ ଗାଡ଼ି ଚାଳନା ପାଇଁ ଏପରି ଘଟିଥାଏ ବୋଲି ଜନମାନସରେ ଚର୍ଚ୍ଚା ଜୋର ଧରିଛି ।
