News
WhatsApp Image 2023-10-04 at 17.25.00
samparksetu

ନିର୍ମାଣଧୀନ ବ୍ରିଜରୁ ଚୋରୀ ଅଭିଯୋଗ ; ସାମଗ୍ରୀ ଜବତ ସହ ୨ ଗିରଫ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ କାଲୁରିଆ ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଚାଲୁଥିବ। ବ୍ରିଜ କାର୍ଯ୍ୟ ସମୟରେ ଲୁହା ସହିତ ଅନ୍ୟ ସାମଗ୍ରୀ ଚୋରୀ କରି ଦୁଇଜଣ ଗିରଫ ହୋଇଥିବାର ଜଣାପଡିଛି ।

ସୂଚନା ଅନୁଯାୟୀ , ବ୍ରାହ୍ମଣୀ ନଦୀରେ ଏକ ପୋଲ ନିର୍ମାଣ କାର୍ଯ୍ୟ କାଲୁରିଆ ଗ୍ରାମ ନିକଟରେ ଚାଲଛି । ନିର୍ମାଣଧୀନ ବ୍ରିଜ କାର୍ଯ୍ୟ ସମୟରେ କେତେକ ଦୁର୍ବୃତ୍ତ ଲୁହା ସାମଗ୍ରୀ ସହିତ ଛଡ,ଆଙ୍ଗେଲ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଚୋରୀ କରିନେଇଥିଲେ ।

ଏ ସଂକ୍ରାନ୍ତରେ ଅଭିଯୋଗ ପରେ ଗଁଦିଆ ଥାନାରେ ୨୧୧/୨୧ରେ ଏକ ମାମଲା ରୁଜ୍ଜୁ ହେବା ସହତି ଯୋରନ୍ଦା ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ଦାୟୀତ୍ୱ ପ୍ରଦାନ କରାଯାଇଥିଲା । ଏହି ଘଟଣାରେ ତଦନ୍ତ
କରାଯାଇ କାଲୁରିଆ ଗ୍ରାମର କିଛି ଗ୍ରାମବାସୀ ଏହି ଚୋରୀରେ ସମ୍ପୃକ୍ତ ଥିବାର ଜଣାପଡିଥିଲା ।

ଗ୍ରାମରୁ ଅରବିନ୍ଦ ବେହେରା ଏବଂ ସୁରେଶ ବେହେରା ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ
ଠାରୁ ଚୋରୀ ସାମଗ୍ରୀ ଉଦ୍ଧାର କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଗ୍ରାମବାସୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ।

new life
You might also like
error: Content is protected !!