News
WhatsApp Image 2023-10-04 at 17.25.00
samparksetu

ମୁଁ ତ ଜାଣେନା

ଏ ମିଛ ଦୁନିଆଁରେ
ସତ ମୋ ଭାବନା
କିଏ ମାନୁ କି ନ ମାନୁ
ମୁଁ ତ ଜାଣେନା.
ସମ୍ପର୍କ ସବୁକୁ ଅତି ପାଖରୁ ଦେଖିଚି
କିଏ ସତ, କିଏ ମିଥ୍ୟା, କିଏ ନିରର୍ଥକ
ସବୁ ମୁଁ ବୁଝିଚି
କିଏ ବୁଝୁ କି ନ ବୁଝୁ
ମୁଁ ତ ଜାଣେନା

ସମ୍ପର୍କ ଟା ଆଜି ଦୃଶ୍ୟପଟ୍ଟ
କିଏ ” ପ୍ରଂଶସକ, ନିନ୍ଦୁକ, ଦର୍ଶକ, ଇର୍ଷାନ୍ୱିତ ପ୍ରଂଶସକ “
ସ୍ୱଚ୍ଛ ହୃଦୟର ମଣିଷ ଟି
କରଇ ପ୍ରଂଶସା ପରା
ଭଲ ରୁ ଭେଲ ବାହାର କରଇ
ସିଏ ତ ନିନ୍ଦୁକ ପରା
ତଥାପି ଜାଣିଚି ନିନ୍ଦୁକ ହେଲେବି
ଶତ୍ରୁ ନୁହେଁ ସିଏ ପରା

ସମ୍ପର୍କ ଭିତରେ ‘ ଦର୍ଶକ ‘ ସାଜେ ଯେ
ଚିନ୍ହିବା ଟା ତାକୁ ବଡ଼ କଷ୍ଟ
ସନ୍ଦିଗ୍ଧ ତା ମତିଗତି
କେବେ ଏପଟ ତ କେବେ ସେପଟ
ସମ୍ପର୍କ ରେ ଆସେ ପୁଣି ‘ ଇର୍ଷାନ୍ୱିତ ପ୍ରଂଶସକ ‘
ଘାସ ଭିତରେ ସାପ,
ଅତି ମାରାତ୍ମକ

ମୁହଁ କହେ ଗୋଟେ କଥା,
ମନ କହେ ଆନ
ଏ ମିଛ ଦୁନିଆଁ ରେ
ସତ ମୋ ଭାବନା
କିଏ କହୁ କି ନ କହୁ
ମୁଁ ତ ଜାଣେନା !!!

new life
You might also like
error: Content is protected !!