News
WhatsApp Image 2023-10-04 at 17.25.00
samparksetu

ଏପଟେ ଗାଈ ସେପଟେ ମଣିଷ,ମିଳିଲାନି ପକ୍କା ଘର,ଗୁହାଳ ରେ ରହୁଛନ୍ତି ଅସହାୟ ପରିବାର!

ଅସହାୟ ଅବସ୍ଥାରେ ରହୁଛନ୍ତି ବାପ ଝିଅ। ଘର ଖଣ୍ଡିଏ ନଥିବା ହେତୁ ଗୁହାଳ ଘରେ ଗୋରୁ ଗାଈମାନଙ୍କ ସହ କଟୁଛି ଜୀବନ। ଏପରି ଏକ ଘଟଣା ଓଡାପଡା ବ୍ଲକ କୁସୁପଙ୍ଗା ପଞ୍ଚାୟତରେ ଦେଖିବାକୁ ମିଳିଛି।
ସରକାର ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେଉଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ସେପଟେ କିନ୍ତୁ ଗରିବ ଅସହାୟ ପରିବାର ନିଜ କର୍ମକୁ ଆଦରି ଚାଳ ଛପର ଘରେ ରହୁଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ଓଡାପଡା ବ୍ଲକ କୁସପଙ୍ଗା ପଞ୍ଚାୟତ କୁରୁଣ୍ଟି ଗ୍ରାମର ବୃଦ୍ଧ ନବଘନ ସାହୁ ବୟସ ୭୫ ଛୁଇଁଲାଣି। ନିଜର କହିଲେ ଅବିବାହିତ ଝିଅ ସୁଲୋଚନା ସାହୁ(୩୦)। ନବଘନ ବୃଦ୍ଧ ହୋଇଥିବାରୁ ବାହାରକୁ ଯାଇ କାମ କରିବାକୁ ତାଙ୍କର ଆଉ ଜୁ ନାହିଁ। ସରକାର ଦେଉଥିବା ୫୦୦ ଟଙ୍କା ଭତ୍ତା ଅବା ବାପ ଝିଅଙ୍କ ଚାଲିବାକୁ କେତେଦିନ? ଫଳରେ ପାଖ ପଡୋଶୀ ଯିଏ ଯେତେବେଳେ ଯାହା ଦେଲା ସେତିକିରେ ବହୁ କଷ୍ଟରେ ଚଳି ଯାଆନ୍ତି।

ଅନ୍ୟ ପକ୍ଷରେ ମୁଣ୍ଡ ଉପରେ ଛାତ ଖଣ୍ଡିଏ ପାଇଁ ନବଘନ ବାରମ୍ବାର ପଞ୍ଚାୟତ ତଥା ଲୋକ ପ୍ରତିନିଧିମାନଙ୍କୁ ଦାବି ଜଣାଇଥିଲେ ମଧ୍ୟ ତାଙ୍କ ଦୁଃଖ ବୁଝିବାକୁ ସତେ ଯେମିତି ସମସ୍ତଙ୍କ ଆଖି ବନ୍ଦ। ଏ ସମ୍ପର୍କରେ ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଥିଲୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏ ବର୍ଷ ଶେଷ ସୁଦ୍ଧା ତାଙ୍କର ଘର ହୋଇଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।

new life
You might also like
error: Content is protected !!