News
WhatsApp Image 2023-10-04 at 17.25.00
samparksetu

ଶୋଚନୀୟ ହୋଇପଡିଛି ଅରାଚୁଆ ଗାଁ ରାସ୍ତା

ରାସ୍ତା କହିଲେ ଭୁଲ ହେବ ବୋଧେ! ଚାଷ ଜମି ପରି ମନେହେଉଛି। ଗଁଦିଆ ବ୍ଲକର ମଠତେନ୍ତୁଳିଆ ପଞ୍ଚାୟତର ଅରଚୁଆ ଗ୍ରାମର ଏହି ରାସ୍ତା। ଏହି ରାସ୍ତା ଉପରେ ନୂଆ ଅରାଚୁଆ, ନୀଳକଣ୍ଠ ପୁର, ବରପାଳ, ଜମ୍ବୁ, ବରନାଳୀ ପରି ପାଞ୍ଚଟି ଗାଁ ର ଲୋକ ନିର୍ଭର କରିଥାନ୍ତି।

ବର୍ଷା ଦିନ ଆସିଲେ ଆମ୍ବୁଲାନ୍ସ ସେବା ହେଉ ବା କୌଣସି ବ ଗାଡ଼ି ଯିବା ଦୂର କଥା ପାଦରେ ଚାଲି ଯିବା ସମ୍ଭବ ନୁହେଁ। ରାସ୍ତାଟି ପଞ୍ଚାୟତ ଅଧିନରେ ଆସୁଥିବା ବେଳେ ପଞ୍ଚାୟତ ପକ୍ଷରୁ ଏହାର ଉନ୍ନତିକରଣ ପାଇଁ କୌଣସି ପ୍ରୟାସ ହୋଇ ନଥିବାରୁ ରାସ୍ତାର ଏହି ଦୟନୀୟ ଅବସ୍ଥା ହୋଇଛି।

ସରକାର ପ୍ରତ୍ୟେକ ପଞ୍ଚାୟତକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଅନୁଦାନ ଦେଉଥିଲେ ମଧ୍ୟ ଏହି ଅନୁଦାନ ପାଣ୍ଠିର ସଠିକ୍ ବିନିଯୋଗ ହୋଇ ପାରୁ ନାହିଁ ବୋଲି ରାସ୍ତାକୁ ଦେଖିଲେ ମନେ ହେଉଛି। ରାସ୍ତାର ମରାମତି ତୁରନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!