News
WhatsApp Image 2023-10-04 at 17.25.00
samparksetu

ରାଇଡିହି ଗ୍ରାମରେ ଜଳିଗଲା ଦୁଇ ବଖରା ଗୁହାଳ

ଢେଙ୍କାନାଳ ସଦର ବ୍ଲକ ବାଲ୍ୟlମ୍ବା ପଂଚାୟତ ଅନ୍ତର୍ଗତ ରାଇଡିହି ଗ୍ରାମର ଶ୍ୟାମ ସୁନ୍ଦରଙ୍କ ଦୁଇ ବଖରା ଗୁହାଳ ଘର ଶୁକ୍ରବାର ରାତ୍ରି ୨ଟା ସମୟରେ ନିଆଁ ଲାଗି ଯାଇଥିଲା l ସମସ୍ତେ ଗାଢ଼ ନିଦ୍ରାରେ ଶୋଇଥିବା ସମୟରେ ଧୂଆଁ ଅଧିକ ହେବାରୁ ଘର ଲୋକେ ଗୁହାଳଟି ହୁ ହୁ ହୋଇ ଜଳୁଥିବାର ଦେଖିଥିଲେ l କିଛି ବୁଝିବା ପୂର୍ବରୁ ଶ୍ୟାମ ଓ ତାଙ୍କ ସ୍ତ୍ରୀ ଗାଈ ଗୁଡିକ ଖୋଲି ଦେଇଥିଲେ l ମା’ଛୁଆ କରି ଦଶ ବରୋଟି ଗାଈ ପାଳୁଥିଲେ ଶ୍ୟାମ l

କିଛି ଗାଈଙ୍କ ପିଠି ରୁମ ସବୁ ପୋଡି ଯାଇଛି l ମାତ୍ର ସମସ୍ତ ଗାଈ ବଞ୍ଚି ଯାଇଛନ୍ତି l ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ l ପ୍ରାଥମିକ ସ୍ତରରେ କୌଣସି ବିଜୁଳି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି l ଶ୍ୟାମ ସୁନ୍ଦର ଖଣ୍ଡିଆ ଖାବରା ହୋଇଥିବା ଗୋରୁଙ୍କର ଚିକିତ୍ସା ଏବଂ ଗୋରୁଙ୍କ ରହିବାପାଇଁ ଦୁଇ ବଖରା ଗୁହାଳ ପାଇବାପାଇଁ ସରକାରଙ୍କୁ ଗୁହାରି କରିଛନ୍ତି l

new life
You might also like
error: Content is protected !!