News
WhatsApp Image 2023-10-04 at 17.25.00
samparksetu

ଟଙ୍କା ନଦେଲେ ମିଳୁନି ଘର !

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ୍ ଅନ୍ତର୍ଗତ ବହଣ୍ଡେଇ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନଦେବାରୁ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ପଡିଛି ବୋଲି
ହିତାଧିକାରୀ ଲିଖିତ ଭାବରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଗୁଣୁଦେଇ ପଞ୍ଚାୟତ ବହଣ୍ଡେଇ ଗ୍ରାମର ଗୋଲେଖ ନାଏକଙ୍କ ଅଭିଯୋଗ ଅନୁସାରେ ଗତ ଜୁଲାଇ ମାସରେ ଘର ପାଇବା ପାଇଁ ସର୍ଭେ କରାଯାଇଥିଲା । ସର୍ଭେ କରାଯିବା ପରେ ତାଙ୍କ ନାମ ତାଲିକାରେ ଥିବା ବେଳେ ୱାର୍କ ଅଡର ପାଇବା ବେଳକୁ ତାଙ୍କ ନାମ ବାଦ ପଡିଥିବାର ଜାଣିବାକୁ ପାଇଥିଲେ । ସେ ଜଣେ ଗରୀବ ଦିନ ମଜୁରୀଆ ହୋଇଥିବା ବେଳେ ୱାର୍ଡ ମେମ୍ବର ଘର ପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ସେ ଏହି ଟଙ୍କା ନଦେବାରୁ ତାଙ୍କ ନାମକୁ ବାଦ ଦିଆଯାଇଥିବାର ସେ ଅଭିଯୋଗ କରିଛନ୍ତି ।

ଏ ସଂକ୍ରାନ୍ତରେ ଘର ଖଣ୍ଡେ ପାଇଁ ବିଡିଓଙ୍କୁ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ । ଫଳରେ ସେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!