News
WhatsApp Image 2023-10-04 at 17.25.00
samparksetu

ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ;ଡେଙ୍ଗୁ ଭୟରେ ଭୁବନ ଅଞ୍ଚଳବାସୀ

ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଡ୍ରେନ ପୋତା ପଡି ବର୍ଷା ପାଣି ରାସ୍ତାକୁ ଉଛୁଳି ମାଡୁଛି। ବିଭିନ୍ନ ସ୍ଥାନ ଅଳିଆ ଆବର୍ଜନାରେ ଭରି ପଡିଛି। ଡ୍ରେନ ସଫା ହେଉନଥିବାରୁ ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ବ୍ୟାପିବା ଆସଙ୍କାରେ ଅଞ୍ଚଳବାସୀ ।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୭ଟି ଓ୍ବାର୍ଡକୁ ନେଇ ଗଠିତ। ଏହି ବିଜ୍ଞାପିତ ଅଞ୍ଚଳର ଲୋକସଂଖ୍ୟା ତିରିଶ ହଜାରରୁ ଉର୍ଦ୍ଧ୍ବ। ବର୍ଷେ ତଳେ କାର୍ଯ୍ୟ ନିର୍ବାହୀଅଧିକାରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ତହଶିଲଦାରଙ୍କୁ ପରିମଳ ଦାୟିତ୍ବ ଦିଆଯାଇଥିଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନାହିଁ। ସଫେଇ କର୍ମଚାରୀମାନେ ମନଇଛା କାମ କରୁଛନ୍ତି। ଡ୍ରେନ ସଫା ହେଉନାହିଁ, ବ୍ଲିଚିଂ ପାଉଡର ବ୍ୟବହାର କରାଯାଉନାହିଁ।

ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାରେ ୧୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଭୁବନରେ ଡେଙ୍ଗୁର ଭୟ ଦେଖାଦେଇଛି।ଏଣୁ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ନିବେଦନ କରିଛନ୍ତି ଅଞ୍ଚଳବାସୀ । ତେବେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା କାର୍ଯ୍ୟ ନିର୍ବାହୀଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ପରିମଳ ବ୍ୟବସ୍ଥାର ସୁଧାର ଆଣିବାକୁ ଅଞ୍ଚଳବାସୀ ଆଶା ରଖିଛନ୍ତି। ବିଭିନ୍ନ ସ୍ଥାନରେ ପଡ଼ିଥିବା ଆବର୍ଜନା ସଫା କରିବା, ପୋତା ପୁରିଯାଇଥିବା ଡ୍ରେନ ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

new life
You might also like
error: Content is protected !!