News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ ଥାନା ଅନ୍ତର୍ଗତ ଲୋଧଣୀ ମେଣ୍ଢାପଦା ରାସ୍ତାରେ ବ୍ୟବସାୟୀ ଙ୍କ ଉପରକୁ ବୋମାମାଡ କରି ଲୁଟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମେଣ୍ଢାପଦା ଗଣ୍ଠି ହୁଡା ନିକଟରେ ଆଜି ଅପରାହ୍ନରେ ଏକ ପଲସର ଗାଡ଼ିରେ ତିନି ଜଣ ଅଜଣା ବ୍ୟକ୍ତି ଆସି ବୋମା ମାଡ଼ କରି ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିବା ଜଣା ଯାଇଛି । ଆଜି ଅପରାହ୍ନର ଏହି ଘଟଣା ଏ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି।

ସୂଚନା ମୁତାବକ ମେଣ୍ଢାପଦା ଗାଁ ର ବ୍ଯବସାୟୀ ଅଭିରାମ ବିଶ୍ବାଳ ଭାଲୁମୁଣ୍ଡା ହାଟରୁ ଅଟୋରେ ଫେରୁଥିବା ବେଳେ ନିର୍ଜନ ସ୍ଥାନରେ ତିନି ଜଣ କଳା ରଙ୍ଗର ପଲସର ବାଇକରେ ଆସି ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ। ସୌଭାଗ୍ୟ ବସତଃ ଏଥିରେ ଅଭିରାମଙ୍କର କିଛି ହୋଇ ନଥିଲା ବେଳେ ଦୁର୍ବୃତ୍ତଙ୍କ ମଧ୍ୟରୁ କେହିଜଣେ କ୍ଷତାକ୍ତ ହୋଇଥିଲା। ଘଟଣାସ୍ଥଳରେ ରକ୍ତ ଛିଟା ସହ ସେମାନଙ୍କର କିଛି ଜିନିଷ ପଡ଼ି ରହିଛି। ତେବେ ଗଲାବେଳେ ଅଭିରାମଙ୍କ ଠାରୁ ୫୦୦୦ ଟଙ୍କା ଛଡାଇ ନେଇଯାଇଥିଲେ।

ଅଭିରାମ ଫୋନ ମାଧ୍ୟମରେ ପରଜଙ୍ଗ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ପରେ ବିଭିନ୍ନ ଡାକ୍ତରଖାନାକୁ ଏ ବିଷୟରେ ସୂଚନା ଦେଇଥିଲେ।ଆହାତ ଅଭିଯୁକ୍ତ ବନରପାଳ ଠାରେ ଥିବା ସାମଲ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସକ୍ଷମ ହୋଇଛି। ତଦନ୍ତ ପରେ ଅଭିଯୁକ୍ତ ବିଷୟରେ ସବିଶେଷ ତଥ୍ୟ ମିଳି ପାରିବ ବୋଲି ଥାନାଧିକାରୀ କହିଛନ୍ତି।

new life
You might also like
error: Content is protected !!