News
WhatsApp Image 2023-10-04 at 17.25.00
samparksetu

ସିଆଇଆଇ ଓଡିଶା ପକ୍ଷରୁ ଟାଟା ଷ୍ଟିଲ ବିଏସଏଲକୁ ଇନଫରମେସନ ଓ କମ୍ୟୁନିକେସନ ଟେକ୍ନୋଲୋଜି ପୁରସ୍କାର ୨୦୨୧ ପ୍ରଦାନ


 
ଦେଶର ପ୍ରମୁଖ ଶିଳ୍ପ ସଂଗଠନ – ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ଶାଖା ପକ୍ଷରୁ ଟାଟା ଷ୍ଟିଲ ବିଏସଏଲକୁ ମ୍ୟାନୁଫାକଚରିଂ କ୍ଷେତ୍ରରେ ଇନଫରମେସନ ଓ କମ୍ୟୁନିକେସନ ଟେକ୍ନୋଲୋଜି (ଆଇସିଟି) ପୁରସ୍କାର ୨୦୨୧ ପାଇଁ ମନୋନୀତ କରାଯାଇଛି । କରୋନା ସମୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ମାଧ୍ୟରେ କଂପାନିର କାରବାର ଚଳାଇବାରେ ଉତ୍କର୍ଷତା ପାଇଁ ସିଆଇଆଇର ବିଚାରକ ମଣ୍ଡଳୀ କଂପାନିକୁ ଦ୍ବିତୀୟ ସ୍ଥାନ ପ୍ରଦାନ କରିଛନ୍ତି ।
 
କରୋନା କଂପାନି କାରବାରକୁ ବିଭିନ୍ନ ଭାଗରେ ପ୍ରଭାବିତ କରିଥିବାବେଳେ, ଏହାର ମୁକାବିଲା ପାଇଁ ଟାଟା ଷ୍ଟିଲ ବିଏସଏଲ ଆରମ୍ଭ କରିଥିବା ଏକାଧିକ ଆଇଟି ପଦକ୍ଷେପ ମଧ୍ୟରୁ କର୍ମଚାରୀଙ୍କ ମୁହଁକୁ କ୍ୟାମେରାରେ ଦେଖି ପ୍ଲାଣ୍ଚ ଭିତରକୁ ଅମୁମତି ପ୍ରଦାନ କରିବା ଏକ ଅନନ୍ୟ ଯୋଜନା । ଏହା କର୍ମଚାରୀଙ୍କ ଉପସ୍ଥାନ ସହ, ମାସ୍କ ବ୍ୟବହାର ଓ ଶରୀର ଉତ୍ତାପ ମଧ୍ୟ ମାପିଥାଏ । ଏହି ଡାଟା ବେସ ମାନବସମ୍ବଳ, ସୁରକ୍ଷା ତଥା କଂଣ୍ଟ୍ରାକ୍ଚର ମ୍ୟାନେଜମେଣ୍ଟ ସିଷ୍ଟମ ସଂଯୋଗ କରାଯାଇ ଏକାଧିକ କାର୍ଯ୍ୟକୁ ପରିଚାଳନା କରାଯାଉଛି ।
 
ସେହିଭଳି କର୍ମଚାରୀଙ୍କ କୋଭିଡ ପରୀକ୍ଷା, ଟିକା କରଣ, ସୁରକ୍ଷା ଯାଂଚ ଓ ଅଡିଟ ଆଦି ପରିସଂଖ୍ୟାନର ବିଶ୍ଲେଷଣ ପାଇଁ ଆଇଟି ଡାଟାବେସର ବ୍ୟାପକ ବ୍ୟବହାର, ଡ୍ରୋନ କ୍ୟାମେରାରେ ମାସ୍କ ବ୍ୟବହାର ଓ ସାମାଜିକ ଦୁରତାର ଯାଞ୍ଚ ଆଦି ପଦକ୍ଷେପ ଅନେକ ଉପଯୋଗୀ ହୋଇଛି। ଏହାଛଡା କୋଭିଡ ମହାମାରୀର ମୁକାବିଲା କରି କଂପାନି କାରବାରର ସୁପରିଚାଳନା ପାଇଁ ମାନବ ସମ୍ବଳ, ଆର୍ଥିକ କାରବାର, ପରିବହନ ଆଦି କ୍ଷେତ୍ରରେ ମଧ୍ୟ କଂପାନି ପକ୍ଷରୁ ଆଇଟିର ବ୍ୟାପକ ଉପଯୋଗ ହୋଇଛି। 
 
ସିଆଇଆଇ ଓଡିଶା ଶାଖା, ରାଜ୍ୟ ସରକାରଙ୍କ ଇଲେକ୍ଚ୍ରୋନିକ୍ସ ଓ ଆଇଟି ବିଭାଗ, ସଫଟୱେୟାର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ ଏବଂ ଭାରତ ସରକାରଙ୍କ ନେସନାଲ ଇନଫୋରମେଟିକ୍ସ ସେଣ୍ଟରର ଓଡିଶା ଶାଖାର ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ କରିଥିଲା ।

new life
You might also like
error: Content is protected !!