ଆକାଶ ଓ ସମୁଦ୍ରର ନୀଳ
ମାପିବାରେ ବ୍ୟସ୍ତ ଥିଲା ‘ନୟନ ‘
ସମୁଦ୍ରର ଗର୍ଜନ ଓ ଝାଉଁ ବଣର ଶବ୍ଦ
କିଏ ଭୟଙ୍କର ବୁଝି ପାରୁନଥିଲା
ସେ ଏକାକୀ ଥିଲା.
ନିଜକୁ ନିଃସହାୟ ମନେ କରୁଥିଲା.
ବେଳାଭୂମିରେ ଅସଂଖ୍ୟ ଶାମୁକା ଇତଃ ସ୍ତତଃ….
ଗୋଟେଇବାକୁ ମନ ଥିଲେ ବି ଇଚ୍ଛା ନଥିଲା
ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା….
ମନର ଭାବନା, ସମୁଦ୍ରର ଜୁଆର ପରି
ଯେତେ ଉଚ୍ଚ କୁ ଉଠିଲେ ବି ଭାଙ୍ଗି ପଡୁଥିଲେ….
ରାମ ନାମ ସତ୍ୟ ହେ…
ହରିନାମ ସତ୍ୟ ହେ…
ପଛକୁ ବୁଲିପଡି ଚାହିଁଲା ‘ ନୟନ ‘
ଦୁଇ ହାତ ଟେକି ଜୁହାର ହେଲା…
ମନେ ମନେ କହିଲା –
” ମୃତ୍ୟୁ ହେ ତୁମେ ଚିରନ୍ତନ ସତ୍ୟ “
‘ ନୟନ ‘ ଫେରିଲା ଏଥର
ଲୋକ ମାନେ ରାସ୍ତାରେ ଚାଲୁଥିଲେ
ଯେଝା କାମରେ…
ସମସ୍ତେ ବ୍ୟସ୍ତ ସାଂସାରିକ ଜଞ୍ଜାଳରେ
ମନ୍ଦିରର ଘଣ୍ଟା ଧ୍ଵନି ଶୁଭିଲା ରାସ୍ତକଡରେ
ଟିକିଏ ଭାବି ଭିତରକୁ ଗଲା
ଖୁବ ଗହଳି, ଦୁଇ ହାତ ଟେକି
ନମସ୍କାର କଲା ମନ୍ଦିର ଭିତରେ
ଭାବିଲା କିଛି ମାଗିବ ପୁଣି ମନକୁ
ପଚାରିଲା ଯାହା ବି ପାଇଛି
ମାଗି ତ ନଥିଲି କେବେ…
ହାତଯୋଡ଼ି କଲା ନମସ୍କାର
ରାସ୍ତା କୁ ଫେରିଲା ‘ ନୟନ ‘ ଚାଲିଲା…
ଚାରିପାଖରେ ଚାକ ଚକ୍ୟ ର ସହର
ନିଜର ବଡ଼ପଣିଆ ଦେଖାଇ ହେବାର ପ୍ରତିଦ୍ବନ୍ଦିତା…
ସମୟ ସାଥିରେ ପ୍ରତିଯୋଗିତା କରିବାର ଅପଚେଷ୍ଟା….
ହସିଲା ‘ ନୟନ ‘…
” ବେଗ ହିଁ ଉନ୍ନତି ର ଲକ୍ଷଣ ” କିନ୍ତୁ କେହି
ବୁଝି ପାରନ୍ତିନି ଯେ ବେଗ ବଢିଲେ
ସବୁର ପରିବର୍ତ୍ତନ ହେବ ଯଥା – ଗତି, ଶକ୍ତି, ସମୟ
ଶକ୍ତିର ପରିବର୍ତ୍ତନ ରୁ ବିସ୍ଫୋରଣ
ବିସ୍ଫୋରଣ ରୁ ସୃଷ୍ଟି ଧ୍ବଂସ
ମନକୁ ମନ ହସିଲା ‘ ନୟନ ‘
ହାତ ଦୁଇ ଟିକୁ ଟେକି କହିଲା
” ମୃତ୍ୟୁ ହେ ତୁମେ ଚିରନ୍ତନ ସତ୍ୟ “
✍️ଏଲୀ ଦାସ