କୁହ, ତୁମେ ପୁଣି ଥରେ ଭାବନା ହୋଇ
ଉଡି ବୁଲିବ କି ମୋର ଏହି କାହାଣୀରେ
ଶୁଖି ଆସୁଥିବା ଏ ଜୀବନର ପତ୍ରକୁ
କଅଁଳେଇ ଦେବ କି ତୁମ ଅଭିନବ ପ୍ରୟାସ ରେ
କୁହ, ପୁଣିଥରେ ଫେରିଯିବାକି
ସେହି ଦିଗନ୍ତରେ ମିଶୁଥିବା ମାଟି ରାସ୍ତାରେ
ହାତରେ ହାତ ଧରି ଚାଲିବା କି
ସେହି କାକର ଭରା ଶୀତୁଆ ସକାଳରେ
ଆସିବ କି ତୁମେ ପୁଣି ଥରେ ଫେରି
ଦେଖେଇବାକୁ ସେହି କାଳ୍ପନିକ ସ୍ବପ୍ନ
ପୁଣି ବୋଳି ଦେବକି ମୋର ଏ
ବେରଙ୍ଗ ଜୀବନରେ ଭଳିଭଳିକା ରଙ୍ଗ
ବିଞ୍ଚିଦେବ କି ପୁଣି ଥରେ ମୁହଁରେ ମୋର
ସେହି ଖିଲିଖିଲିଆ ହସ
ମେଣ୍ଟିଦେବ କି ତୁମେ ଅନେକ ସମୟରୁ
ଅନାୟସରେ ଭରିଥିବା ଶୋଷ
ଯିବା କି ଫେରି ପୁଣି ଥରେ ସେଇ
ବାଦଲ ଓ ବର୍ଷାରେ ତିନ୍ତି
ଗୋଟେ ଛତା ତଳେ
ଚାଲିବା କି ଅଧା ଅଧା ଭିଜି
ଚାଲିବା କି ପୁଣି ସେହି
ବେଳାଭୂମିର ତତଲା ବାଲିରେ
ହାତରେ ହାତ ଛନ୍ଦି କହିବ କି
ଆଙ୍କିଛ ମତେ ତୁମ ହୃଦୟ ସ୍ପନ୍ଦନରେ
ବସିବା କି ପୁଣି ଥରେ ପାଖା ପାଖି
ଧରି ଗୋଟେ କପ୍ ଚା
ଲେଖିବ କି ପୁଣି ଠିକ୍ ସେହିପରି
ତୁମ ଆଖିରେ ମୋ ନାଁ
ତୋଳି ଆଣିଦେବ କି ପୁଣି ମୋ ପାଇଁ
ସେହି କାଗଜର ଫୁଲ
ବୁଝିପାରିବ କି ଅବୁଝା ରହିଯାଇଥିବା
ସେହି ବିଶ୍ଵାସର ମୂଲ ।।
✍️ ମନୀଷା ତ୍ରିପାଠୀ