ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଖଣୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପଞ୍ଚାୟତ ଠାରେ ଅବସ୍ଥିତ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିଥିଲେ। ମନ୍ତ୍ରୀ ଏହି ସ୍କୁଲ କୁ ପୋଷ୍ୟ ସ୍କୁଲ ଗ୍ରହଣ କରିବା ପରେ ଏହାକୁ ଏକ ମଡେଲ ସ୍କୁଲ ଭାବେ ଗଢି ତୋଳିବା ନିମନ୍ତେ ପ୍ରତିଶ୍ରୃତି ଦେଇଥିଲେ । ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ଯୋଜନା କାର୍ଯ୍ଯକାରୀ ହେବା ପରେ ଆଗାମି ଭବିଷ୍ୟତ କୁ ଆଖି ଆଗରେ ରଖି ଏହି ସ୍କୁଲଟିର ରୂପରେଖ ପରିବର୍ତ୍ତନ କରାଯାଉଛି ।
ଯେଉଁଥିରେ ଅତ୍ୟାଧୁନିକ ବିଜ୍ଞାନ ପରିକ୍ଷା କେନ୍ଦ୍ର, ଡିଜିଟାଲ ପାଠାଗାର, ସ୍ମାର୍ଟକ୍ଲାସରୁମ, ଇ ଲାଇବେରୀ ବ୍ୟବସ୍ଥା ମାନ ଅତି ଉତ୍ତମ ବ୍ୟବସ୍ଥା ସୁବିଧା ସୁଯୋଗ ଉପଲବ୍ଧ ହେବ । ଯାହାକି ଭବିଷ୍ୟତ ରେ ଛାତ୍ରୀଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇ ଦେବାରେ ସହାୟକ ହେବ ।
ଉକ୍ତ ସ୍କୁଲ ଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଜିଲ୍ଲାପାଳ ,ବିଡିଓ ଙ୍କ ସହିତ ବହୁ ପଦାଧିକାରୀ ଆଜି ତଦାରଖ କରିବା ନିମନ୍ତେ ପରିଦର୍ଶନ ରେ ଆସିଥିଲେ l
