News
WhatsApp Image 2023-10-04 at 17.25.00
samparksetu

କାର୍ଯ୍ୟ ନକରି ଫଳକରେ ଲୁଟିନେଲେ ଲକ୍ଷାଧିକ ଟଙ୍କା!

ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହାକୁ କିପରି ବୃଦ୍ଧି କରିହେବ ସେଥିପାଇଁ ମୁକ୍ତା ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାରେ କାମ ନକରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କେଉଁଠି କାର୍ଯ୍ୟ ନକରି ଫଳକରେ ଲୁଟିଛନ୍ତି କେଉଁଠି ନିଜ ସ୍ବାର୍ଥ ପାଇଁ ସୋପିଟ୍ ଟାଙ୍କି କରି ହରିଲୁଟ କରିଛନ୍ତି । ଏପରି ଅଭିଯୋଗକ ଆସିଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ।

ଭୁବନରେ ଚଳିତ ବର୍ଷ ୫୫ଟି ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। କାମ ସଫଳ ରୂପାୟନ ପାଇଁ ସରକାରଙ୍କ ତରଫରୁ ତଦାରଖ କରିବାକୁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହୋଇଛନ୍ତି।  ଏହି ଯୋଜନାରେ ସରକାରୀ କାର୍ଯ୍ୟ ଘରୋଇ ଜମିରେ ନିର୍ମାଣ ହୋଇ ସୋକପିଟ ଟାଙ୍କିଭାବେ ବ୍ୟବହାର ହେଉଛି। ସେହିପରି କେଉଁଠି ସୂଚନା ଫଳକ ଲେଖାହୋଇ ନିର୍ମାଣ କାର୍ଯ୍ୟ ହୋଇନାହିଁ ତ କେଉଁଠି ସୂଚନା ଫଳକ ଲେଖା ହୋଇନି।  ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ଏହି ପ୍ରକଳ୍ପରେ ବିଭିର୍ଣ୍ଣ ସ୍ଥାନରେ ନିର୍ମାଣ କାର୍ଯ୍ୟ ହୋଇଛି। କିନ୍ତୁ ଏହି ପ୍ରକଳ୍ପର ନିର୍ମାଣ ପାଇଁ ସ୍ଥିରହୋଇଥିବା ବ୍ୟୟ ଅଟକଳରେ କାମ ନହୋଇ କମ ଖର୍ଚ୍ଚରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। 

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ରାଧାରମଣ ସ୍ବୟଂ ସହାୟକ ଗୋଷ୍ଠୀ  ନାମରେ ଫଳକ ଲେଖାଥିବା ବେଳେ ନିର୍ମାଣ କାର୍ଯ୍ୟ ହୋଇନାହିଁ। ସେହିପରି ବାରଣାସୀ ସ୍ବୟଂ ସହାୟକ ଗୋଷ୍ଠୀ ନାମରେ ନିର୍ମାଣ ହେଉଥିବା ପ୍ରକଳ୍ପଟି ଏକ ବାସଗୃହ ପରିସରରେ ନିର୍ମାଣ ହେଉଛି ଓ ଏହା ମଧ୍ୟ ସୋକପିଟ ଟାଙ୍କି ଭାବେ ବ୍ୟବହାର ହେଉଛି।  ମୁକ୍ତା ପ୍ରକଳ୍ପର ନିର୍ମାଣ ଚାଲିଥିବା କାମର ତଦନ୍ତ କରାଗଲେ ପ୍ରକୃତ ସତ୍ୟତା କ’ଣ ଜଣା ପଡନ୍ତା। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟଧନ ସାହୁଙ୍କ ସୂଚନା ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ ହୋଇଛି। କାମର ତଦାରଖ ପାଇଁ ସ୍ବତନ୍ତ୍ର ଅଧିକାରୀ ନିୟୋଜିତ ହୋଇଥିଲେ ମଧ୍ୟ କିପରି ଦୁର୍ନିତି ହେଲା ଏହାକୁନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସବୁ ନିର୍ମାଣାଧିନ କାର୍ଯ୍ୟ ଗୁଡିକର ଭିଜିଲାନ୍ସ ତଦନ୍ତ ଦାବି ଉଠିଛି।

ଅଞ୍ଚଳବାସୀଙ୍କ ଦାବି ପରେ ସମସ୍ତ କାର୍ଯ୍ୟର ତଦାରଖ କରାଯିବା ସହ ଭିଜିଲାନ୍ସ ତଦନ୍ତ ହେବ ବୋଲି ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!