News
WhatsApp Image 2023-10-04 at 17.25.00
samparksetu

କଳା ପଲସର ଆତଙ୍କ , ଡିକି ଭାଙ୍ଗି ଏକ ଲକ୍ଷ ଚୋରୀ !

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଏକତାଳି ଗ୍ରାମର ନଣ୍ଡା ମଲ୍ଲିକ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିବାବେଳେ ରଗଡି ଛକରେ ଗାଡି ଓହ୍ଲାଇ ଏକ ଦୋକାନକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ କଳା ପଲସରରେ ଫଲୋ କରୁଥିବା ଦୁଇଜଣ ଯୁବକ ତାଙ୍କ ମଟରସାଇକେଲ ଓଡି ୦୬ ଏ ୦୮୨୫ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ନେଇ ଗଁଦିଆ ଆଡକୁ ଦୃତ ଗତିରେ ପଳାଇଯାଇଥିବାର ସେ ଅଭିଯୋଗ କରିଛନ୍ତି ।

ପରେ ସେ ଭୁବନ ଥାନାରେ ଲିଖିତ ଅଭିଯୋଗ ପରେ
ଭୁବନ ଥାନା ପକ୍ଷରୁ ଏ ନେଇ ତଦନ୍ତ ଜାରି ରହିଛି । ସୁଚନାଯୋଗ୍ୟ ନଣ୍ଡା ମଳିକ ଜଣେ ଛେଳି ବେପାରୀ । ତାଙ୍କର ବ୍ୟାଙ୍କ ଖାତା ନଥିବାରୁ ସେ ତାଙ୍କ ଗ୍ରାମର ସଙ୍ଗାତ ମୋହନ ସାହୁଙ୍କ ଖାତାକୁ ଟଙ୍କା ପଠାଇଥିଲେ । ଶୁକ୍ରବାର ଅପରାହ୍ନରେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଏହି ଡକାୟତି ହୋଇଛି । ଡକାୟତ ମାନଙ୍କୁ ସେ ମଟର ସାଇକଲେ ଯୋଗେ ବାଜିରାଉତ ସେତୁ ପର୍ଯ୍ୟନ୍ତ ପଛରେ ଗୋଡାଇ ଥିଲେ ବି ଡକାୟତଙ୍କ କୈଣସି ପତା
ମିଳିନଥିବା କହିଛନ୍ତି ନିଜେ ନଣ୍ଡା ।

new life
You might also like
error: Content is protected !!