ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଗୋପାଳପରୁ ଖଣ୍ଡବନ୍ଧ ପଞ୍ଚାୟତ ଗ୍ରାମର ଶକ୍ତି ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦନରେ ଓଡିଶା ଗ୍ରାମ୍ୟବ୍ୟାଙ୍କ ତରଫରୁ ଋଣ ପ୍ରଦାନରେ ଟାଳଟଳୁ ନିତୀ ଅବଲମ୍ବନ କରୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯାଗ ହୋଇଛି ।
ସଦସ୍ୟ ମାନଙ୍କ ଅଭେିଯାଗ ଅନୁସାରେ ସେମାନେ ଗ୍ରାମ୍ୟ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିଛନ୍ତି । ଋଣ ପରିଶୋଧ ପରେ ପୁନର୍ବାର ଋଣ ଆବେଦନ କଲେ ମଧ୍ୟ କ୍ଷଣ ପ୍ରଦାନ କରୁନାହିଁ ଫଳରେ ଖାତାକୁ ବନ୍ଦକରି ପିଙ୍ଗୁଆ ଶାଖାରୁ ଋଣ ପାଇଁ ଆବେଦନ କରିଥିଲେ କିନ୍ତୁ ସେଠାରେ ମଧ୍ୟ ନିରାଶ ହୋଇଛନ୍ତି ।
ଋଣ ଆବେଦନ କଲେ ପଞ୍ଚାୟତରେ ଥିବା ଏମବିକେ ସିଆରସିଙ୍କ ଜରିଆରେ ଆବେଦନ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଗତ ଦୁଇ ବର୍ଷ ହେବ କେତେକ ବ୍ୟକ୍ତି ବ୍ୟାଙ୍କ ଶାଖାରେ ନିଜର ଆଧିପତ୍ୟ ଜାହିର କରିବା ସହ ବିଭିନ୍ନ ସମୟରେ ଋଣ ପାଇଁ ମନୋମୁଖୀ କାର୍ଯ୍ୟ କରୁଥିବାର ଜଣା ପଡିଛି ।
ବ୍ୟାଙ୍କରେ କେତେକ ବାହାର ବ୍ୟକ୍ତି ବ୍ୟାଙ୍କ କର୍ମଚାରୀଙ୍କ ସହିତ ମିଶି ଏଭଳି ବେନିୟମ କାର୍ଯ୍ୟ କରୁଥିବାର ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ କାର୍ଯ୍ୟ ବନ୍ଦ ହୋଇ ରହିଛି ।
ଏ ଦିଗରେ ପଦକ୍ଷେପ ନେବାକୁ ସଂଘ ଦାବୀ କରିଛି । ବେଆଇନ ଭାବରେ ଋଣ ପାଇଁ ଆଦାୟ ହଇଥିବା ଟଙ୍କାକୁ ବନ୍ଦ କରାଯିବା ସହ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିକଟରେ ଦାବି କରିଛନ୍ତି ।
