କାମାକ୍ଷାନଗରରେ କଳା ପଲସର ଆତଙ୍କ।୨ଲକ୍ଷ ଟଙ୍କା ଲୁଟି ଫେରାର ୨ଲୁଟେରା। ଥାନାରେ ମାମଲା ପରେ ପୋଲିସର ତନାଘନା ଆରମ୍ଭ।କାମାକ୍ଷାନଗର ଥାନା ମଢିସାହିର ସର୍ବେଶ୍ବର ବିଶ୍ବାଳ ଆଜି ଦିନ ୧୨.୩୦ ସମୟରେ ସହର ମଧ୍ୟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିଲେ।
ଏହି ଟଙ୍କାକୁ ଏକ ଫାଇଲ ଭିତରେ ଧରି ଚାଲିଚାଲି ଫେରୁଥିବା ବେଳେ ଏନଏସି ଅଫିସ ସମ୍ମୁଖରେ ୨ଜଣ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ଟଙ୍କାକୁ ଲୁଟି ନେଇ ଫେରାର ହୋଇଥିବା ଜଣାପଡିଛି।
ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସହରରେ ଓ ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧ୍ୟାନ କରି ଅଧିକ ଅନୁସନ୍ଧାନ ଜାରି ରଖିଛି।
କିଛି ଦିନର ବ୍ୟବଧାନ ପରେ ଲୁଟେରା ମାନେ ପୁଣି ସକ୍ରିୟ ହୋଇଥିବା ଦେଖାଦେଇଛି।ବିଗତ ଦିନରେ ମଧ୍ୟ ଏହି ଭଳି ବହୁବାର ଘଟଣା ଦେଖିବାକୁ ମିଳିଥିଲା।ଲୋକମାନେ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବ୍ୟାଙ୍କ ବାହାରିବା ମାତ୍ରେ ଲୁଟ ହୋଇଥିବାର ବହୁ ନଜିର ରହିଛି।ସହର ମଧ୍ୟରୁ ଜନଗହଳି ସ୍ଥାନରୁ ଏହି ଭଳି ଭାବରେ ବିଗତ ଦିନରେ ବହୁବାର ଲୁଟ ହୋଇଥିବା ଅଭିଯୋଗ ରହିଛି।ପୋଲିସ ପେଟ୍ରୋଲିଙ୍ଗକୁ କଡାକଡି କରିବାକୁ ସହରବାସି ଦାବି କରିଛନ୍ତି।
