ଓଡାପଡ଼ା ବ୍ଲକ କୋତ୍ତମ ପଂଚାୟତର ଖଇରା ସାହିରେ ପ୍ରାୟ ଷାଠିଏ ଟି ହରିଜନ ପରିବାର ବସବାସ କରୁଛନ୍ତି l ପାନୀୟ ଜଳ ପାଇଁ ମାତ୍ର ଗୋଟିଏ ନଳ କୂଅ l ଗାଁ କୁ ରାସ୍ତା ଟିଏ ନଥିବା ବେଳେ ଶିକ୍ଷା କଥା ପଚାରେ କିଏ l ଗତ ଏଗାର ଦିନ ହେଲା ନଳ କୂଅଟି ଖରାପ ଯୋଗୁଁ ଗାଁ ର ଲୋକ ମାନେ ପାଖରେ ଥିବା ସାପୁଆ ନାଳରେ ଛୋଟ ଛୋଟ କୂଅରୁ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି l
ଗତ ଦୁଇ ମାସ ତଳେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକ ଗାଁ ର ସମସ୍ୟା ଗୁଡିକୁ ସର୍ଭେ କରି ଓଡାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ l ଏପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ l ଜଳ ସମସ୍ୟାର ସମାଧାନ ପାଇଁ ନଳ କୂଅର ମରାମତି ନିମିତ୍ତ ପ୍ରଥମେ ସ୍ଥାନୀୟ ସରପଞ୍ଚ ଏବଂ ପରେ ଗ୍ରାମୀଣ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମରାମତି ହେଉନାହିଁ l ଫଳରେ ଗାଁ ଲୋକମାନେ ଦୂଷିତ ପାଣି ପିଇ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି l ନଳ କୂଅ ଟି ମରାମତି ଦ୍ୱାରା ହେଉ ବା ଅନ୍ୟ ଉପାୟରେ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି l
