News
WhatsApp Image 2023-10-04 at 17.25.00
samparksetu

ଜାଣନ୍ତୁ ଗ୍ରୀନ କ୍ରାକର କଣ ଏବଂ କଣ ରହିଛି ଏହାର ଉପକାରିତା

ଆସୁଛି ଆଲୋକର ପର୍ବ ଦିପାବଳୀ । ତେବେ ସଂକ୍ରମଣ ସହ ପରିବଶେ ପ୍ରଦୂଷଣକୁ ଆଖି ଆଗରେ ରଖି ଚଳିତ ବର୍ଷ ସରକାର ପ୍ରଦୂଷଣ କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି । ଅନ୍ୟପଟେ ଗ୍ରୀନ କ୍ରାକର କୁ ମିଳିଛି ଗ୍ରୀନ ସିଗ୍ନାଲ । ତେବେ ଆପଣ ଜାଣିଛନ୍ତି କି ଏହି ଗ୍ରୀନ କ୍ରାକର କଣ ଏବଂ ଏହାର ଉପଯୋଗୀ ବିଷୟରେ ।

ଗ୍ରୀନ କ୍ରାକର କିମ୍ବା ସବୁଜ ବାଣ ଅନ୍ୟ ସାଧାରଣ ବାଣ ପରି ପରିବେଶ ପ୍ରତି କ୍ଷତିକାରକ ନୁହେଁ । ଏଥିରେ ପ୍ରଦୂଷଣ ଉପାଦାନ ବହୁତ କମ୍ ମିଶିଥାଏ ଯାହା ଫଳରେ ବାଣ ଫୁଟିବା ସମୟରେ ଧୂଆଁ ସହ ଜଳୀୟବାଷ୍ପ ବାହାରିଥାଏ ଏହା ଧୂଳିକଣାକୁ ଉପରକୁ ଉଠିବାକୁ ଦିଏ ନାହିଁ, ଜଳୀୟବାଷ୍ପ ଧୂଳିକଣାକୁ ଗ୍ରହଣ କରି ତଳକୁ ନେଇଆସେ। ସାଧାରଣ ବାଣ ଫୁଟିବା ସମୟରେ ପ୍ରାୟ ୧୬୦ ଡେସିବିଲ୍ ଶବ୍ଦ ହୋଇଥାଏ । ସବୁଜ ବାଣ ମାତ୍ର ୧୧୦ରୁ ୧୨୫ ଡେସିବିଲ ଶବ୍ଦ କରିଥାଏ ।

କ୍ଷତିକାରକ ପାର୍ଟିକୁଲେଟ୍ ମେଟର, ନାଇଟ୍ରିକ୍ ଅକ୍ସାଇଡ୍ ଓ ସଲଫର ଅକ୍ସାଇଡ୍ ୩୦-୩୫ ପ୍ରତିଶତ କମ୍ ଥାଏ । ଆର୍ସେନିକ୍, ଲିଥିୟମ୍, ବେରିୟମ୍ ଭଳି କ୍ଷତିକାରକ ଜିନିଷର ମିଶ୍ରଣ ହୋଇନଥାଏ । ତେବେ ସରକାରୀ ପଞ୍ଜୀକୃତ ଦୋକାନରୁ ଗ୍ରୀନ କ୍ରାକର କିଣି ପାରିବାର ସୂଚନା ରହିଛି ।

new life
You might also like
error: Content is protected !!