News
WhatsApp Image 2023-10-04 at 17.25.00
samparksetu

ସାମ୍ବାଦିକ ଙ୍କ ପିତୃ ବିୟୋଗ

ଢେଙ୍କାନାଳ ଜିଲ୍ଲାର ବରିଷ୍ଠ ତଥା ଜଣା ଶୁଣା ସାମ୍ବାଦିକ ପ୍ରଦୀପ ସେନାପତି ଙ୍କ ପିତା ଶ୍ରୀଯୁକ୍ତ ମଧୁସୂଦନ ସେନାପତି ଙ୍କ ଗତକାଲି ହୃଦଘାତ ରେ ପରଲୋକ ଘଟିଛି । ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଶ୍ରୀଯୁକ୍ତ ମଧୁସୂଦନ ସେନାପତି ରାଜ୍ୟ ସମବାୟ ବିଭାଗର ଅଡିଟ୍ କାର୍ଯ୍ୟାଳୟ ରେ ଅବସରଗ୍ରହଣ କରିଥିଲେ ।

ଏ ଦୁଃଖଦ ଖବର ପାଇ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ବିଧାୟକ ଶ୍ରୀଯୁକ୍ତ ସୁଧୀର ସାମଲ ଙ୍କ ସମେତ ସହରର ସମସ୍ତ ସାମ୍ବାଦିକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

new life
You might also like
error: Content is protected !!