News
WhatsApp Image 2023-10-04 at 17.25.00
samparksetu

ସ୍ପେସାଲ ଟ୍ରେନ ନାଁ ରେ ଶୋଷଣ ! ଏପଟେ ସଠିକ ସମୟରେ ଆସୁ ନଥିବାରୁ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ

ରାଜ୍ୟ ରେ କୋଭିଡ୍‌ ସଂକ୍ରମଣ ମିଟର ତଳମୁହାଁ ।  ସ୍କୁଲ, କଲେଜ, ମଲ୍‌, ସିନେମା ହଲ୍‌ ମଧ୍ୟ ସ୍ୱାଭାବିକ ହେବାକୁ ବସିଲାଣି । ଉତ୍ସବ, ମହୋତ୍ସବ ମଧ୍ୟ କଟକଣା ଭିତରେ ଚାଲିଛି ।  ଏହା ସତ୍ୱେ ସ୍ବାଭାବିକ ହେଉନି ଟ୍ରେନ୍‌ ସେବା । ଦୀର୍ଘ ବର୍ଷ ପରେ ଓଡ଼ିଶା ଭିତରେ ପାସେଞ୍ଜର ଓ ମେମୁ ଟ୍ରେନ୍‌ ଗଡିଛି । ସଂକ୍ରମଣ ହ୍ରାସ ପରେ ମଧ୍ୟ ମେମୁ ଗୁଡିକ ସ୍ପେସିଆଲ ଟ୍ରେନ ନାମ ରେ ଗଡୁଛି । ୧୫ ବଦଳରେ ୩୫ – ୪୦ ଟଙ୍କା ଯାତାୟାତ ନିମନ୍ତେ ଦେବାକୁ ପଡୁଛି ଯାତ୍ରୀଙ୍କୁ ।

ତେବେ ବୋଝ ଉପରେ ଲଳିତା ବିଡ଼ା ସାଜିଛି ଟ୍ରେନ ସମୟ । ସଠିକ ସମୟରେ ଆସୁନାହିଁ ଟ୍ରେନ ନାହିଁନଥିବା ଅସୁବିଧା ହେଉଛନ୍ତି ଯାତ୍ରୀ । ଏପରିକି ବେଳେବେଳେ ସମୟ ଠାରୁ ୧ ଘଂଟା ଓ କେବେ ୪୫ ମିନିଟ ବିଳମ୍ବରେ ଆସୁଛି ଟ୍ରେନ ଏ ନେଇ ଢେଙ୍କାନାଳ ରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ଏପରିକି ଅଫିସ ରୁ ଟ୍ରେନ ଧରିବାକୁ ଆସି ତରବରିଆ ଭାବେ ଷ୍ଟେସନ ରେ ପହଁଚିବା ବେଳକୁ ସେଠାରେ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି କିଛି ଯାତ୍ରୀ । ଏ ନେଇ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଥିବା ବେଳେ ରେଳ ବିଭାଗର ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ କୌଣସି ସମାଧାନ ର ବାଟ ଫିଟିପାରି ନାହିଁ । ଅନ୍ୟପଟେ ତାଳଚେର ରୁ କଟକ ଦେଇ ପୁରୀ ଯାଉଥିବା ଟ୍ରେନ ଟି ଏପର୍ଯ୍ୟନ୍ତ ଚାଲୁନଥିବା ରୁ ଢେଙ୍କାନାଳ ରୁ କଟକ ଯାଉଥିବା ଯାତ୍ରୀଙ୍କ ପାଇଁ ବସ୍ ଏକମାତ୍ର ସାହା ସାଜିଚି ।

new life
You might also like
error: Content is protected !!