News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ମହିମା ଧର୍ମ ଓଡ଼ିଶାରେ ସୃଷ୍ଟି ହୋଇଥିବା ଧର୍ମ , ଯାହା ପରିବ୍ୟାପ୍ତ ହୋଇଛି ଦେଶ ଓ ବିଦେଶରେ । ଯୋଗେଶ୍ୱର ମହିମାସ୍ୱାମୀ ଏହି ଧର୍ମର ପ୍ରାଣ ପ୍ରତିଷ୍ଠାତା । ସେ ଅଲେଖ , ଅବ୍ୟକ୍ତ ଏବଂ ନିରାକାର । ତାଙ୍କର କୌଣସି ଆଜର ନାହିଁ । ତେଣୁ ତାଙ୍କୁ ଶୁନ୍ୟ ବ୍ରହ୍ମ ଭାବରେ ଉପାସନା କରାଯାଇଥାଏ । ବ୍ରହ୍ମ ଉପାସନା ହିଁ ମହିମା ଧର୍ମର ମୂଳକଥା। ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସ୍ୱୟଂ ମହିମାସ୍ୱାମୀ ପେତ୍ୟେକଟି ମଣିଷ ଦେହରେ ବ୍ରହ୍ମ ବିଦ୍ୟମାନ ବୋଲି ପ୍ରଚାର କରିଥିଏ । ସନ୍ଥକବି ଭୀମ ଭୋଇ ଅତି ସରଳ ଏବଂ ସୁନ୍ଦର ଭାବରେ ଭଜନ ଏବଂ ଚଉତିଶା , ଚମ୍ପୁ ଆଦି ରଚନା କରି ଏହି ଧର୍ମକୁ ବିଶ୍ଵର କୋଣ ଅନୁକୋଣରେ ପହଞ୍ଚାଇ ପାରିଥିଲେ ।

1875 ମସିହା ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହିମା ସ୍ୱାମୀ ଯୋରନ୍ଦା ମହିମା ଗାଦିରେ ଧୂନି ସ୍ଥାପନା କରିବା ସହ ମହିମା ମେଳା ଆରମ୍ଭ କରିଥିଲେ । ୧୮୬୨ ରୁ ୧୮୭୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୪ ବର୍ଷ ମଧ୍ୟରେ ନିରାକାର ଅଲେଖ ପରମବ୍ରହ୍ମଙ୍କ ମହାତ୍ମ୍ୟ ପ୍ରଚାରରର ମଗ୍ନ ରହି ୮୪ ଜଣ ଶିଷ୍ୟଙ୍କୁ କଉପୁନି ଓ ୯୧ ଜଣ ଶିଷ୍ୟଙ୍କୁ ବକ୍କଳ ବାନା ପରିଧାନ କରିବାକୁ ଦେଓଥିଲେ । ୧୮ ୭୬ ମସିହା ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଯୋରନ୍ଦ। ଟୁଙ୍ଗୀର ମହିମା ସ୍ୱାମୀ ଇହଲୀଳା ସମ୍ବରଣ କରିଥିଲେ । ସେ ସ୍ୱଦେହରେ ପରଲୋକ ଗମନ କରିଥିଲେ ।ମହିମା ସ୍ଵାମୀଙ୍କର ବକ୍କଳ ବାନାକୁ ଶିଷ୍ୟମାନେ ଯୋରନ୍ଦା ଗ୍ରାମର ପୂର୍ଵ ଦିଗରେ ସାମାଧିସ୍ଥ କରି ଢେଙ୍କାନାଳ ରାଜାଙ୍କ ସହାୟତାରେ ସାମାଧି ସ୍ଥଳରେ ଶୂନ୍ୟ ମନ୍ଦିର ନିର୍ମାଣ କରିଥିଲେ ।

କିପରି ହୁଏ ମେଳା :

ଶୁନ୍ୟବ୍ରହ୍ମକୁ ଜ୍ୟୋତି ରୂପେ ଆରାଧନା କରି ସେଥିରେ ଘୃତାହୁତି ଦେବାର ଶିକ୍ଷା ମହିମାସ୍ୱାମୀ ଦେଇଥିଲେ । ମହିମା ସ୍ୱାମୀଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ନିଦର୍ଶକ ସ୍ୱରୂପ ଶୂନ୍ୟ ପୁରୁଷଙ୍କୁ ଉପାସନା କରିବା ପାଇଁ ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀଠାରୁ 7 ଦିନ ବ୍ୟାପୀ ଅନୁଷ୍ଠିତ ହୁଏ ଯୋରନ୍ଦା ମେଳା , 3 ଦିନ ଝାଡ଼ ଜଳେ ।ଏହି ମେଳାରେ ବହୁ ଦୁର ଦୁରନ୍ତରରୁ ଆସି ଏକତ୍ରିତ ହେବା ସହ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୁଏ ।

ପାହାନ୍ତାରୁ ମହିମା ମେଳାର ନୀତିକାନ୍ତି ଆରମ୍ଭ ହୁଏ । ଏହାକୁ ବେଢା ପରିକ୍ରମା କୁହାଯାଏ । ପ୍ରଥମ ଦିନକୁ ଗୁରୁପୂର୍ଣ୍ଣିମା କୁହାଯାଏ ।ପ୍ରାତଃ ତିନି ଘଟିକରୁ ଆରମ୍ଭ ହୁଏ । ପ୍ରାତଃ ସାଧୁମାନେ ସତର୍କ ଘଣ୍ଟି ବଜାଇବା ଆରମ୍ଭ ହୁଏ , ପରେ ସାଧୁମାନେ ମହିମା ଗାଦିର ସମସ୍ତ ଉପାସନା ପୀଠଗୁଡିକରେ ସ୍ୱତନ୍ତ୍ର ନୀତି ଆରମ୍ଭ କରନ୍ତି ।ମାହାଳମୂଳ ଆଶ୍ରମ କୂଅରୁ ରୁପା ଗରାରେ ପାଣି ଅଣାଯାଇ ମନ୍ଦିର ଚାରିପାଖ କୁ ଧୋଇବା ପରେ ସୁନା ଗିନାରେ ଥିବା ଶ୍ଵେତ ଚନ୍ଦନ , କର୍ପୁର , ଅଗୁର ଆଦି ସିଞ୍ଚନ କରାଯାଇ ଛେରା ପହଁରା କରାଯାଏ ।ସୁନା ଥାଳିରେ କ୍ଷୀର ଲାଗି ସପ୍ତାମୃତ କରାଯାଏ ।

୬୦ ଜଣ ସାଧୁ ଷାଠିଏ ରୂପା ଚାମରାରେ ମହିମା ସ୍ଵାମୀଙ୍କୁ ଚାମର ସେବା କରନ୍ତି । ଗାଦି ମନ୍ଦିରସ୍ଥ ଅମୁଣିଆ ମଣ୍ଡପରେ ଅମୁଣିଆ ପ୍ରସାଦ ଶୂନ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯିବା ପରେ ଏହାକୁ ସାଧାରଣ ଭକ୍ତଙ୍କୁ ବଣ୍ଟନ କରାଯାଏ ।ଅଲେଖ ମହିମା ଧ୍ୱନୀରେ ମହିମାଗାଦି ପ୍ରକମ୍ପିତ ହୋଇଉଠେ । ମଧ୍ୟାହ୍ନରେ ମଧ୍ୟାହ୍ନ ନୀତି , ଅପରାହ୍ନ ରେ ମହିମା ସ୍ଵାମୀଙ୍କ ଶରଣ ଦର୍ଶନ ଓ ସୁନା ଥାଳିରେ କ୍ଷୀର ଲାଗି ସପ୍ତାମୃତ କରାଯାଏ ।ଅପରାହ୍ନରେ ତ୍ରିସନ୍ଧ୍ୟା ପୂଜା ହୋଇଥାଏ ।

ଗାଦିପୀଠରେ ବିଭିନ୍ନ ନୀତି କାନ୍ତିରେ ବ୍ୟବହୃତ ମୂଲ୍ୟବାନ ସାଜ ସରଞ୍ଜାମ ଯଥା ସୁନା ଓ ରୂପାର ଛତ୍ରୀ, ଝାଡୁ , ଥାଳି, ଗିନା ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକୁ ପ୍ରଦର୍ଶନ କରାଯାଏ ।ଗାଦି ମନ୍ଦିର ର ପଶ୍ଚିମ ଦ୍ୱାରରେ ୪୪ ପାଖୁଡା ବୃହତ ପିତ୍ତଳ ଝାଡ଼ ଦୀପ , ପୂର୍ଵ ଦ୍ଵାରରେ ୫୨ ପାଖୁଡା ,ଉତ୍ତର ପୂର୍ବ ଦିଗରେ ୩୬ ପାଖୁଡା ଏବଂ ଦକ୍ଷିଣ ପାର୍ଶ୍ୱରେ ୩୨ ପାଖୁଡା ଝାଡ଼ ଦୀପ ସମେତ ଶୂନ୍ୟ ମନ୍ଦିରରେ ୨୧ ପାଖୁଡା ,୨୧ହାତିଆ ମନ୍ଦିରରେ ୨୧ ପାଖୁଡା ବୃହତ ପିତ୍ତଳ ଝାଡ଼ ବୃକ୍ଷ ସ୍ଥାପନ କରାଯାଏ ।

ପ୍ରଥମେ ଗାଦି ମନ୍ଦିର ପଶ୍ଚିମ ଦ୍ଵାରରେ ସ୍ଥାପିତ ଝାଡ଼ଦୀପରେ ବକ୍କଳଧାରୀ ମହିମା ସମାଜର ବରିଷ୍ଠ ସାଧୁ ଅଗ୍ନି ସଂଯୋଗ କରିବା ପରେ ଅନ୍ୟ ଝାଡ଼ଦୀପରେ ଅଗ୍ନି ସଂଯୋଗ ହୁଏ ।ଏହି ଧୂନି ପାଉଁଶ କୁ , ‘ ବ୍ରହ୍ମ ବିଭୁତି ‘ ଭାବରେ ଶ୍ରଦ୍ଧାଳୁ ମାନେ ଗ୍ରହଣ କରିବା ସହ ସାଇତି ରଖନ୍ତି ।ଭୀମ ଭୋଇଙ୍କ ରଚିତ ” ପ୍ରଣୀଙ୍କ ଆରତ ଦୁଃଖ ଅପ୍ରମିତ , ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।” ଏହି ମହା ବାଣୀକୁ ସ୍ମରଣ କରୀ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ମହିମା ସାଧୁମାନେ ଘୃତଆହୁତି ପ୍ରଦାନ କରନ୍ତି । ସାରା ରାତି ଝଡ଼ଦୀପ ପ୍ରଜ୍ଵଳୀତ ହୁଏ ।

ମେଳାର ଦ୍ଵିତୀୟ ଦିବସକୁ ଦେଶ ପୂର୍ଣ୍ଣିମା କୁହାଯାଏ । ବାବା ମାନେ ଦେଶ ପୂର୍ଣ୍ଣିମା ନିମନ୍ତେ ଜଗତର ମଙ୍ଗଳ କାମନା କରି ଝାଡ଼ ଘୃତ।ହୁତି ପ୍ରଦାନ କରନ୍ତି । ମହିମା ଭଜନ , ଜଣାଣ , ଖଞ୍ଜଣ ରେ ପ୍ରକମ୍ପିତ ହୁଏ ଗାଦି ।ଅନେକ ନିଜର ପିଲା ମାନଙ୍କୁ ସନ୍ୟାସୀ କରାଇ ଥାନ୍ତି । ତୃତୀୟ ଦିନରେ କେବଳ ପଶ୍ଚିମ ଦିଗରେ ଝଡ଼ ଜଳିଥାଏ ତୃତୀୟ ଦିନକୁ ପ୍ରତିପଦା କୁହାଯାଏ ।

ମହିମା ସନ୍ୟାସୀଙ୍କ ଏହି ୧୪୯ତମ ବାର୍ଷିକ ଉତ୍ସବ ଅବସରରେ ସାରା ବିଶ୍ୱର ମହିମା ସାଧୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ମାନେ ତାଙ୍କର ଏହି ମୁଖ୍ୟ ପୀଠ ମହିମଗାଦିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୋଗ ଦିଅନ୍ତି । କଟକଣା ଫଳରେ ପୀଠର ମହିମା ସାଧୁମାନେ କିପରି ତାଙ୍କର ନୀତି କାନ୍ତି ମୁତାବକ ପରମ୍ପରା ପାଳିବେ ସେଥିପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!