News
WhatsApp Image 2023-10-04 at 17.25.00
samparksetu

ଆସନ୍ତା ୨୩ ରେ ବାଧାପ୍ରାପ୍ତ ବୁଥ ରେ ସାନି ମତଦାନ, ରାଜ୍ୟ ନିର୍ବାଚନ କମିଶନ ପ୍ରକାଶ କଲେ ବିଜ୍ଞପ୍ତି

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରେ ବାଧାପ୍ରାପ୍ତ ଘଟିଥିବା ନିହଲପ୍ରସାଦ ଗ୍ରାମ ପଞ୍ଚାୟତ ର ୪ ଟି ବୁଥ ଦଖଲ ହୋଇଥିଲା । ତେବେ ଏହି ୪ ଟି ବୁଥ ରେ ସାନି ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସାନି ମତଦାନ ଗ୍ରହଣ କରାଯିବା ବୁଥ ଗୁଡିକ ହେଲାଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମ ପଂଚାୟତର ୨, ୬, ୭ ଓ ୧୧ ନମ୍ବର ବୁଥ ।  
ତେବେ ଆସନ୍ତା ୨୩ ତାରିଖ ସକାଳ ୯ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ । ଯାହାର ପ୍ରକ୍ରିୟା ଜିଲ୍ଲାପାଳ ସରୋଜ କୁମାର ସେଠୀ ଆରମ୍ଭ କରିଦେଇଥିବା ଜଣାଯାଇଛି । ଏହି ୪ ଟି ବୁଥ ରେ ପୁର୍ବ ପରି କିଭଳି ନିର୍ବାଚନ ଜନିତ ହିଂସା ନ ଘଟେ ସେଥିପ୍ରତି ଧ୍ୟାନ ଦିଆଯିବା ସହ କଡା ସୁରକ୍ଷା ବଳରେ ଭୋଟର ଆସି ସୁରକ୍ଷିତ ଭାବେ ମତଦାନ କରିପାରିବାର ବ୍ୟବସ୍ଥା କରାଯିବ ।

new life
You might also like
error: Content is protected !!