ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ କଣ୍ଟାନାଳୀ ବାଇପାସ ଠାରେ ଥିବା ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟ ପରିଚାଳଳନା କମିଟି ସମ୍ପାଦକ ବିଶ୍ୱନାଥ ବେହେରା ଉପସ୍ଥିତ ରହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଗହଣରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମଶାରୀ,ବେଡସିଟ ,ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଦୀର୍ଘ ୨ବର୍ଷ ପରେ ବିଦ୍ୟାଳୟ ଖୋଲିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
