ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ସ୍ତ୍ରୀ କୁ ମାଡ଼ମାରି ଲହୁ ଲୁହାଣ କରିବାପରେ ଜିଅନ୍ତା
ପୋତିଦେଲା ସ୍ୱାମୀ ।
ସୂଚନା ଅନୁଯାୟୀ ରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ମଧ୍ୟରେ ପୂର୍ବରୁ ମନମାଳୀନ ଲାଗି ରହୁଥିବା ବେଳେ ଏହାର ସମାଧାନ ହେଇ ଯାଉଥିଲା । ହେଲେ ଗତକାଲି ର ବଚସା ନେଇଥିଲା ଉଗ୍ରରୂପ ରଞ୍ଜନ ତାଙ୍କ ସ୍ତ୍ରୀ ଙ୍କୁ ମାଡ଼ ମାରିବା ସହ ଲହୁଲୁହାଣ କରିଦେଇଥିଲେ ଏପରିକି ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଗାତରେ ପକାଇଦେଇଥିବା ଅଭିଯୋଗ ଆଣିଛନ୍ତି ସୁକାନ୍ତି ଙ୍କ ପରିବାର ଲୋକେ ।
ତେବେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥିତିରେ କୌଣସି ସୁଧାର ଆସି ନଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେପରେ କଟକ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ।