News
WhatsApp Image 2023-10-04 at 17.25.00
samparksetu

ବୀରଭୂମି ସାହିତ୍ୟ ସଂସଦ ସମାବେଶ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ବ୍ଲକ ଅନ୍ତର୍ଗତ ଡିହଡୋଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବିରଭୂମି ସାହିତ୍ୟ ସଂସଦର ର କବିତା ପାଠ ଉତ୍ସବ ଓ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।  ପ୍ରଥମେ ଉତ୍କଳ ମଣି ଗୋପବନ୍ଧୁ ଦାସ ଓ ମଧୁବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ  ଶିଶୁ ପ୍ରତିଭା ଶ୍ରନ୍ଧାଞ୍ଜଳି ସାହୁ , ଝିମିସା ପ୍ରୀୟଦ୍ରସୀନି , ଅର୍ପିତା ଭୂତିଆ, କୁମାରାନୀ ସାହୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ।  ସଭାପତି ଯୁଗଳ କିଶ୍ୱର ନାୟକ ସଭକାଯ୍ୟ ଆରମ୍ଭ କରି ସାହିତ୍ୟ ପ୍ରତି ଇଛା ଶକ୍ତି କମି କମି ଯାଉଥିବାରୁ ମନ ଦୁଃଖ କରିଥିଲେ ।

ଉପସ୍ଥତି ଶିକ୍ଷକ ମାନଙ୍କ ଅଭି ଭାଷଣ  ରେ ଉତ୍କଳ ଜନନୀ ର ଗୁଣଗାନ କରି ସାହିତ୍ୟ ସଂସଦର କବିତା ପାଠ ଆରମ୍ଭ ହୋଇଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କବି ଅକ୍ଷୟ କୁମାର  ନାୟକ, ସୁଶୀଲ କମାର ପଣ୍ଡା, ଦିଲ୍ଲୀପ କୁମାର ମହପାତ୍ର, ଯତୀନ୍ଦ୍ର କୁମାର ସହୁ, ଅମୀୟ ରଞ୍ଜନ ସାହୁ ଓ ନଳିନୀ କାନ୍ତ ସାହୁ , ସୁବାଷଚନ୍ଦ୍ର ଭୁତିଆ, ଅଜିତ୍ ଦାସ୍, ସୁଧାକର ନାୟକ,ସତ୍ୟଜିତ୍ ସାହୁ କବିତା ପାଠ କରିଥିଲେ । ଶେଷରେ ସଭାପତି ଙ୍କୁ ଧନୟବାଦ ଦେଇ ସଭାକାର୍ଯ୍ୟ ଶେଷ କରା ଯାଇଥିଲା  ।

new life
You might also like
error: Content is protected !!