News
WhatsApp Image 2023-10-04 at 17.25.00
samparksetu

ସିଓଆର ନଥାଇ ଚାଲିଛି ଘରୋଇ ବିଦ୍ୟାଳୟ , ସରକାରୀ ବିଦ୍ୟାଳୟ ପଡୁଛି ଖାଲି

ଢେଙ୍କାନାଳ ଜିଲ୍ଲାରେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନଥିବାରୁ ସ୍କୁଲ ଖାଲି ପଡୁଛି , ନଚେତ ସରକାର ଛାତ୍ରଛାତ୍ରୀ ନଥିବାରୁ ନିକଟସ୍ଥ ସ୍କୁଲରେ ମିଶ୍ରଣ କରୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଶହ ଶହ
ବିଦ୍ୟାଳୟ ଚାଲୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ତଥ୍ୟ ଥିଲେ ମଧ୍ୟ ଘରୋଇ ବିଦ୍ୟାଳୟକୁ ଅହେତକୁ ଅନୁକମ୍ପା ଯୋଗୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯାଉଛି ।

ଢେଙ୍କାନାଳ ଜିଲ୍ଲାରେ ବେଆଇନ ଭାବରେ ସିଓଆର ବା ସାର୍ଟିଫିକେଟ ଅଫ୍ ରେକଗିନେସନ ନଥାଇ ଚାଲିଛି ବିଦ୍ୟାଳୟ । ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟ ଗୁଡିକ ଖୋଲିବା ପୂର୍ବରୁ ସରକାରଙ୍କ ଅନୁମତି ଆଣିବା କଥା । ନିୟମ ଅନୁସାରେ ତାଲମି ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହତି ଉପଯକ୍ତୁ ଶିକ୍ଷଣ ସଂରଞ୍ଜାମ ଏବଂ ନିଜସ୍ଵ ଜମି ଏବଂ ଘର ହୋଇଥିବା ଆବଶ୍ୟକ । ସରକାରଙ୍କ ନିର୍ଧାରିତ ନିୟମ ଅନୁସାରେ ନିଜସ୍ୱ ଜମି ଉପରେ ଘର ହୋଇଥିଲେ ତାଙ୍କୁ ଏନଓସି ବା ସିଓଆର ପ୍ରଦାନ କରାଯିବ ସେହିପରି ସରକାରଙ୍କ ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁସାରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ମାଗଣାରେ ପଢାଇବାର ବ୍ୟବସ୍ଥା କରାଯିବା କଥା ।

କିନ୍ତୁ ଜିଲ୍ଲା ରେ ଥିବା ଶତାଧକି ଘରୋଇ ବିଦ୍ୟାଳୟ ବିଭିନ୍ନ ସ୍ଥାନରେ ଖୋଲି ମନ ଇଛା ବ୍ୟବସାୟ ଚଳାଇ ଥିବାର ଜଣାପଡିଛି । ସରକାରଙ୍କ ନିୟମ ଅନୁସାରେ ବିଦ୍ୟାଳୟ ଗୁଡ଼ିକ ଏନଓସି ବା ସିଓଆର ପାଇନଥିଲେ ନାମ ଲେଖାଇବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।

କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଘରୋଇ ବିଦ୍ୟାଳୟ ପ୍ରିତି ଯୋଗୁ ବିନା ସିଓଆରରେ ଶହ ଶହ ବିଦ୍ୟାଳୟ ଚାଲିଥିଲେ ମଧ୍ୟ ସେ ଏଥିପ୍ରତି ଦୃଷ୍ଟି ଦେଉନଥିବାର ଅଭିଯୋଗ ହୋଇଛି । ଯେଉଁ ଛାତ୍ରଛାତ୍ରୀ ମାନେ ଏହି ବିଦ୍ୟାଳୟ ଗୁଡିକରେ ପାଠ ପଢୁଛନ୍ତି ସେମାନେ ସରକାରଙ୍କ
ବିଭିନ୍ନ ବୃତ୍ତି ପରୀକ୍ଷା ସହିତ ନବୋଦୟ ବିଦ୍ୟାଳୟ,ଆଦର୍ଶ ବିଦ୍ୟାଳୟ ଗୁଡିକରେ ଚୟନ ହୋଇ ମଧ୍ୟ ସିଓଆର ନଥିବାରୁ ନାମ ଲେଖାରୁ ବଞ୍ଚିତ ହେଉଛନ୍ତି ।

ବିଦ୍ୟାଳୟ କର୍ତ୍ତୁପକ୍ଷ ନାମଲେଖା,ପୁସ୍ତକ ବିକ୍ରୟ,ଯାନାବାହନ
ଦେୟ ଭଳି ବିଭିନ୍ନ ଦେୟ ମନଇଛା ଆଦାୟ କରି ମାଲେ ମାଲ ହେଉଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି । ସରକାରଙ୍କ ତରଫରୁ ଏନଓସି ନଥିବା ବିଦ୍ୟାଳୟ ଗୁଡିକୁ ସରକାରୀ ପୁସ୍ତକ ଯୋଗାଇ ଡିଆ ଯାଉଥିବାର ଜଣାପଡ଼ିଛି ।

ଯେଉଁ ବିଦ୍ୟାଳୟ ଏହି ଆଇନକୁ ଖିଲାପ କରୁଥିବ ସେହି ବିଦ୍ୟାଳୟ ଉପରେ କାର୍ଯ୍ୟ।ନୁଷ୍ଠାନ ନେବାର କ୍ଷମତା ଥିଲେ ମଧ୍ୟ ବିଭିନ୍ନ ବ୍ଲକ ର ବିଇଓ ଏବଂ ଡିଇଓଙ୍କର ବିଦ୍ୟାଳୟ ପ୍ରତି ଅନୁକମ୍ପା ପ୍ରଦର୍ଶନ ଯୋଗୁ ଛାତ୍ରଛାତ୍ରୀ ମାନେ ଭଲ ବିଦ୍ୟାଳୟରେ ପଢିବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

new life
You might also like
error: Content is protected !!