News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲା କନ୍ଧପାଳ ଗ୍ରାମରେ ଗୁଳିକାଣ୍ଡ, ଜଣେ ମୃତ

କଥା କଥାକେ ଫୁଟୁଛି ଗୁଳି, କେତେବଳେ କିଏ ଆହତ ତ କେତେ ବେଳେ ଗଡୁଛି ମୁଣ୍ଡ । ଏଭଳି ଘଟଣା ଏବେ ବାରମ୍ବାର ଘଟିବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ, ଠିକ ଏଭଳି ଏକ ଅଘଟଣ ଘଟିଛି  ଢେଙ୍କାନାଳ ସଦର ଥାନା କନ୍ଧପାଳ ଗ୍ରାମରେ । ଗୁଳିକାଣ୍ଡରେ ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ନୃପତୀ ନାଏକ ଙ୍କ ସାତ ରାଉଣ୍ଡ ଗୁଳିରେ ୱାର୍ଡ ମେମ୍ବରଙ୍କ ଶଶୁର ଦଳେଇ ନାଏକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ପୋଖରୀ ଖୋଳା କୁ ନେଇ କନ୍ଧପାଲ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା । ଦଳେଇ ନାୟକ ଯଥାର୍ଥ କାରଣ ଦର୍ଶାଇ ନୃପତୀ ନାୟକ ଙ୍କୁ ପୋଖରୀ ଖୋଳିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ବଚସା ଉଗ୍ରରୂପ ନେଇଥିଲା ନୃପତି ୭ ରାଉଣ୍ଡ  ଗୁଳି ଫୁଟାଇ ଥିବା ବେଳେ ଦଳେଇ ଙ୍କ ମୃତ୍ୟୁ ଘଟିଥିଲା । ଗୁଳି ମାଡ କରିବା ପରେ ନୃପତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ର ଜଣାଯାଇଛି ।  ତେବେ ଗୁଳିକାଣ୍ଡ ଘଟାଇଥିବା ନୃପତୀ  ପୂର୍ବରୁ ମଧ୍ୟ ଦଳେଇଙ୍କୁ ମାରି ଦେବାକୁ ଧମକ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏତିକି ରେ ଥମିଯାଇନି ହିଂସା ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆକ୍ରମଣ ହୋଇଥିବାର ଜଣାଯାଇଛି । ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ସାରଥୀ ନାୟକ ଓ ୩ ବର୍ଷର ଶିଶୁପୁତ୍ର କୁ  ଆକ୍ରମଣ କରାଯାଇଥିବାରୁ ଉଭୟ ଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!