News
WhatsApp Image 2023-10-04 at 17.25.00
samparksetu

ଏନଏଚଆରସି, ଏନସିପିସିଆର ଓ ଓଏଚଆରସି ର ହସ୍ତକ୍ଷେପ ସତ୍ୱେ, ଅନ୍ଧାର ଘେରରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ

ଢେଙ୍କାନାଳ ପୌରପାଳିକା ୩ ନମ୍ୱର ୱାର୍ଡ ରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ର ଅଗ୍ରଗତି କୁ ନେଇ ଜାତୀୟ ମାନବାଧିକାର କମିଶନ ଙ୍କ ଜିଲ୍ଲାପାଳ ଙ୍କ ଠାରୁ ୪ ସପ୍ତାହ ମଧ୍ୟ ରେ ଆକ୍ସନ ଟେକେନ୍ ରିପୋର୍ଟ ମଗା ଯାଇଥିବାର ଜଣାଯାଇଛି ।

ସୂଚନା ଅନୁଯାୟୀ ସୁପ୍ରିମ କୋର୍ଟ ର ବରିଷ୍ଠ ଆଇନଜୀବି ଓ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଙ୍କ ଦ୍ଵାରା ଦାଖଲ ଏକ ପିଟିସନ ର ଶୁଣାଣି ପରେ କମିସନ ତରଫରୁ ଏହି ରିପୋର୍ଟ ଟି ମଗାଯାଇଛି । ଏହା ପୂର୍ବରୁ ଜାତୀୟ ଶିଶୁ ଅଧିକାର କମିଶନ ମଧ୍ୟ ରାଧାକାନ୍ତ ତ୍ରିପାଠୀ ଙ୍କ ପିଟିସନ ର ଶୁଣାଣି କରି ଜିଲ୍ଲାପାଳ ଙ୍କ ଠାରୁ ରିପୋର୍ଟ ତଲବ କରିଥିଲେ ।  ଏ ବହୁମୂଲ୍ୟ ଜମି କୁ ଭୂମାଫିଆ ଙ୍କ କବଳରୁ ବଞ୍ଚାଇବା ତଥା ଚାରିପାଖରେ ପଥର ପ୍ରାଚୀର ନିର୍ମାଣ କରିବା ଓ ପୂର୍ବ ପ୍ରତିଶ୍ରୁତି ଅନୁଯାଇ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ୪୩ ଲକ୍ଷ ଟଙ୍କା କୁ ଶିଶୁ ଉଦ୍ୟାନ ନିର୍ମାଣ ରେ ତୁରନ୍ତ ବିନିଯୋଗ କରିବା ପାଇଁ ଦୁଇଟି ଯାକ କମିଶନ ରେ ରାଧାକାନ୍ତ ତ୍ରିପାଠୀ ଙ୍କ ପିଟିସନ ରେ ଉଲ୍ଲେଖ ଥିଲା । ହେଲେ ସ୍ଥାନୀୟ ପ୍ରଶାସନ ଏ ଦିଗରେ ଉଲ୍ଲେଖନିୟ କାର୍ଯ୍ୟ କରିନଥିବାରୁ କମିଶନ କ୍ଷୁବ୍ଧ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ପାର୍କ ପାଇଁ ଉଦ୍ଦିଷ୍ଟ ପ୍ରାଇମ ଲାଣ୍ଡ ରେ ବେନିୟମ ନିର୍ମାଣ କୁ ମଧ୍ୟ କମିଶନ ନାପସନ୍ଦ କରିଛନ୍ତି, ବାରମ୍ବାର ଅନୁରୋଧ ସତ୍ୱେ  ବେପାରୁଆ ମନୋଭାବ ହେତୁ ଅଞ୍ଚଳ ବାସୀ ଙ୍କ ମନରେ ତୀବ୍ର ଅସନ୍ତୋଷ ଆଣିଚି ।

ଅନ୍ୟପଟେ ଆରଡିସି ଙ୍କ ଆଦେଶ ବଳ ରେ ଜାଗା ର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ତାର ବାଡ ଆଉ ସରକାରୀ ସୂଚନା ଫଳକ ଗଲା କୁଆଡେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଥିବା ବେଳେ ଏଭଳି ଅରାଜକତା ସ୍ଥାନୀୟ ମହଲରେ ଅସନ୍ତୋଷ ର ବାତାବରଣ ସୃଷ୍ଟି କରିଛି ।

new life
You might also like
error: Content is protected !!