News
WhatsApp Image 2023-10-04 at 17.25.00
samparksetu

ବାବନ୍ଧ ଗ୍ରାମକୁ ଅଭିଶାପ ଖଣି ଖାଦାନ : ବଢୁଛି କିଡନୀ ରୋଗ,ଲୋକଙ୍କ ମୃତ୍ୟୁ ପରେ ବି ଚେତୁନି ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାବନ୍ଧ ଗ୍ରାମବାସୀ ମାନଙ୍କ ପାଇଁ ଖଣି ଖାଦାନ ପାଲଟିଛି ଅଭିଶାପ । ଖଣି ଖାଦାନ ଖୋଳି ମାଫିଆ ମାନେ ଲାଭବାନ ହେଉଥିବା ବେଳେ ଗରୀବ ନିରୀହ ଅସହାୟ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାବନ୍ଧ ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଛି କିଡନୀ ରୋଗର ସମସ୍ୟା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଲୋକମାନଙ୍କ ଜୀବନ ଚାଲିଯାଇଛି । କିନ୍ତୁ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ବାବନ୍ଧ ଏକ ପଞ୍ଚାୟତ ହୋଇଥିବା ବେଳେ ମୋଟ ୭ ହଜାର ୬୭୮ ଭୋଟର ରହିଛନ୍ତି । କିନ୍ତୁ ଗ୍ରାମରେ ମୋଟ ୭୪୯ ପରିବାର ରହିଥିବା ବେଳେ ୪ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି ।

ଏସିଆର ସର୍ବବୃହତ ଗୋସଦନ ଏହିଠାରେ ରହିଥିଲା । ବାବନ୍ଧ ଗ୍ରାମଟି ଢେଙ୍କାନାଳ ସହରଠାରୁ ମାତ୍ର ୨୮ କିଲୋମିଟର ଦୂରରେ ରହିଥିବା ବେଳେ ହିନ୍ଦୋଳ ଠାରୁ ୪୨ କିଲୋମିଟର ଦୂରତାରେ ରହିଛି । କିନ୍ତୁ ଏହି ଗ୍ରାମ ପାଇଁ ଅଭିଶାପ ପାଲଟିଛି ଏଠାରେ ଥିବା ଖଣି ଖାଦାନ ଏବଂ ଗ୍ରାମ ନିକଟରେ ରହିଥିବା ଗଣ୍ଡା ଗଣ୍ଡା ଷ୍ଟୋନ କ୍ରସର କାରଖାନା । ଖାଦାନକୁ ନିଲାମ ଦେଉଥିବା ବେଳେ ସମସ୍ତ ନୀତି ନିୟମର ଉଲଙ୍ଘନ କରି ଶହ ଶହ ବେଆଇନ କଳା ମୁଗୁନିପଥର ଖଣି ରହିଛି । ଦିନ ତମାମ ଡିନାମାଇଟ ବିସ୍ଫୋରଣ କରି ପଥର ଫଟାଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ ରହିଛି ଶହ ଶହ ପଥର ଖଣି । ଗ୍ରାମ ନିକଟରେ ରହିଛି ଅନେକ କ୍ରସର । ଏହି କ୍ରସର ଗୁଡିକ ବେଆଇନ ଭାବରେ ଦିନ ତମାମ ଚିପ୍ସ ଭାଙ୍ଗୁ ଥିବା ବେଳେ କ୍ରସରରୁ ଗୁଣ୍ଡ ଉଡି ଗ୍ରାମରେ ଥିବା କୂଅ,ପୋଖରୀ ଏବଂ ଜଳାଶୟ ମାନଙ୍କରେ ପଡୁଛି । ଏପରିକି ଘର ଦ୍ୱାରରେ ଉଡିବା ସହିତ ତାହା ଖାଦ୍ୟ ସାମଗ୍ରୀ ରେ ପଡି ବିଷାକ୍ତ ହେଉଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଏବଂ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି ।

ବିପୁଳ ରାଜସ୍ୱ ଆଦାୟ କରି ତହସିଲଦାର ସରକାରଙ୍କୁ ଦେଉଥିବା ବେଳେ ତହସିଲ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରାଜସ୍ୱ ନିରୀକ୍ଷକ ମାନେ ବି ମାଲେମାଲ ହେଉଛନ୍ତି । ପଥର ମାଫିଆ ମାନେ ଦିନକୁ ଦିନ କୋଟି ପତି ହେଉଥିବା ବେଳେ ସାଧାରଣ ଗରୀବ ଲୋକ ମୃତ୍ୟୁ କୁ ଆଦରି ନେଉଛନ୍ତି । ଷ୍ଟୋନ କ୍ରସର ଗୁଡିକ ସମସ୍ତ ପରିବେଶ ପ୍ରଦୂଷଣ ନିୟମକୁ ଉଲଙ୍ଘନ କରି କାର୍ଯ୍ୟ କରୁଥିବା ବେଳେ ପ୍ରଦୂଷଣ ବିଭାଗ କୌଣସି ଦିନ ବାବନ୍ଧ ମାଟି ମାଡୁନଥିବାର ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । କ୍ରସର ଯୋଗୁ ମାତ୍ର କେତେ ଜଣ ଉପକୃତ ହେଉଥିବା ବେଳେ ଶହ ଶହ ଜୀବନ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ସେହିପରି ଦିନ ତମାମ ହିନ୍ଦୋଳ ରୋଡ ରାସ୍ତା ଏବଂ ରାସୋନ ବେଡାପଡା ରାସ୍ତା ଓ ବାବନ୍ଧ ସୋରତ ରାସ୍ତାରେ ବେଆଇନ ଭାବରେ ପଥର ବୋଝେଇ ଟ୍ରକ ଗୁଡିକ ଚାଲୁଥିବାରୁ ରାସ୍ତା ଗୁଡିକ ନଷ୍ଟ ହେଉଛି କ୍ରସର ଯୋଗୁ ପାନୀୟ ଜଳ ପ୍ରଦୂଷିତ ହୋଇ ତାହା ଲୋକମାନଙ୍କ ଶରୀରରେ ପ୍ରବେଶ କରିବା ସହିତ କିଡନୀକୁ ସଂକ୍ରମିତ କରୁଛି । ବାବନ୍ଧ ଗ୍ରାମରେ ଏବେ ମଧ୍ୟ ଅନେକ ଲୋକ ଏହି ରୋଗରେ ଶିକ।ର ହୋଇ ମୃତ୍ୟୁ କୁ ଅପେକ୍ଷା କରିଛନ୍ତି ।

ଗରୀବ ଲାକମାନେ ଚିକିତ୍ସିତ ହୋଇନପାରିବା ଯୋଗୁ ଅକର୍ମଣ୍ୟ ହୋଇପଡୁଛନ୍ତି ପ୍ରଦୂଷିତପାନୀୟ ଜଳ ବ୍ୟବହାର କରିବା ହେତୁ ଲୋକମାନେ କିଡନୀ ରୋଗରେ ପୀଡିତ ହେଉଛନ୍ତି । ଗ୍ରାମକୁ ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ କାମ ଅଧା ପାନ୍ତରିଆ ହୋଇ ପଡିରହିଛି । ଏହାପରେ ମେଗା ପ୍ରକଳ୍ପ ମାଧ୍ୟମରେ ମଧ୍ୟ ଏହି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଅନ୍ତର୍ଭୂକ୍ତ କରାଯାଇଛି । କୋଟିକୋଟି ଟଙ୍କା ଖର୍ଚ୍ଚହେବା ପରେ ମଧ୍ୟ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଟୋପେ ପାଇବା ଗ୍ରାମବାସୀଙ୍କ ପାଇଁ ସାତ ସପନ ହୋଇପଡିଛି ।ପାନୀୟ ଜଳ ପାଇଁ କିଡନୀ ରୋଗ ବ୍ୟାପୁଥିବା ବେଳେ ଓଡାପଡା ବିଡିଓ ଙ୍କ ସୂଚନା ଅନୁସାରେ ପାନୀୟ ଜଳ ଯୋଗାଣ ପାଇଁ ହିନ୍ଦୋଳ ଓ ଓଡାପଡା ବ୍ଲକକୁ ନେଇ ଏକ ମେଗା ପ୍ରୋଜେକ୍ଟ ଆରମ୍ଭ ହୋଇଛି ।

ଆଗାମୀ ୬ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଗଲେ ହିନ୍ଦୋଳ ଓ ଓଡାପଡା ୨ଗୋଟି ବ୍ଲକର ପାନୀୟ ଜଳ ସମସ୍ୟା ଅନେକାଂଶରେ ଦୂର ହୋଇଯିବ , ଏଥିପାଇଁ ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସରିଛି ବୋଲି ସେ ପ୍ରକାଶ କରିଛନ୍ତ । କିନ୍ତୁ ବିଶଦ୍ଧୁ ପାନୀୟ ଜଳ ଯୋଗାଣ ପରେ ବାବନ୍ଧ ଗ୍ରାମା ବସୀଙ୍କ ଦୁଃଖ ହଟିବକି ନା ତାକୁ ନେଇ ପ୍ରଶ୍ନ ବାଚୀ ଶୃଷ୍ଟି ହୋଇଛି । ଗ୍ରାମ ନିକଟରେ ଥିବା କ୍ରସର ଗୁଡିକ ଗ୍ରାମବାସୀଙ୍କ ପାଇଁ ଅଭିଶାପ ପାଲଟିଛି ବୋଲି ବୁଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!