News
WhatsApp Image 2023-10-04 at 17.25.00
samparksetu

ମୋବାଇଲ ଵିସ୍ପୋରଣ ରେ ନାବାଳକ ଗୁରୁତର

କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମରେ ଅଘଟଣ ମୋବାଇଲ ଫାଟି ନାବାଳକ ଆହତ । ସୂଚନା ଅନୁଯାୟୀ ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହୁରୀ ମୋବାଇଲ କୁ ଚାର୍ଜ ଲଗାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେମ ଖେଳିବାରେ ଲାଗିଥିବା ବେଳେ ହଠାତ ମୋବାଇଲ ଟି ଫାଟି ଯାଇଥିଲା ତେବେ ଆହତ ହେବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ।

ତେବେ ମୋବାଇଲ ଟି ଅଧିକ ସମୟ କାର୍ଯ୍ୟସିଳ ଅବସ୍ଥାରେ ଚାର୍ଜ ରେ ବସିଥିବା ହେତୁ ଗରମ ହୋଇ ଫାଟିଯାଇଥିବାର ପରିବାର ଲୋକେ ଅନୁମାନ କରୁଛନ୍ତି ।  ସେହିପରି ପ୍ରାଥମିକ ଚିକିତ୍ସା ପରେ ଆହତ ଙ୍କୁ ଘରକୁ ସ୍ଥାନାନ୍ତର କରାଯାଇଥିବାର ଜଣାଯାଇଛି । ତେବେ ଆଜିର ଆଣ୍ଡ୍ରଏଡ଼ ଜମାନା ଯେଉଁଠି ପ୍ରତିଟି କାର୍ଯ୍ୟରେ ମୋବାଇଲ ର ଭୂମିକା ଗୁରୁତ୍ୱ ରହିଛି ଏଭଳି ସମୟରେ ଯଦି ଏପରି ଘଟଣା ଘଟେ ତେବେ ଆମେ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

new life
You might also like
error: Content is protected !!