News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲ ଭିତରୁ ବୃଦ୍ଧଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ସୂଚନା

ଥମୁନି ମଣିଷ ହାତୀ ଲଢେଇ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଜୀବନ  । ଏଭଳି ଘଟଣା ବିଭିନ୍ନ ଅଂଚଳରୁ ପ୍ରାୟ ପତ୍ୟେକ ସାମ୍ନା କୁ ଆସିବାରେ ଲାଗିଛି । ଏଭଳି ଏକ ଅଘଟଣ ଘଟିଛି ହିନ୍ଦୋଳ ଅଞ୍ଚଳର ଆଳୁସିଂହ ଅଞ୍ଚଳରେ । ଗତକାଲି ସେହି ଗ୍ରାମର ଅଚ୍ୟୁତ ସାହୁ ନିକଟସ୍ଥ ଜଙ୍ଗଲ କୁ ଯାଇ ଫେରି ନଥିଲେ । ତେବେ ଆଜି ସକାଳୁ ନିକଟସ୍ଥ ଜଙ୍ଗଲରେ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ତେବେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଓ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଦୁଇଦିନ ତଳେ ହିନ୍ଦୋଳ ବନାଞ୍ଚଳ ଖଲି ବୋରେଇ ଗ୍ରାମର ଶ୍ରୀରାମ ବେହେରା (୬୨) ହାତୀ ଆକ୍ରମଣରେ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର। ଚିକିତ୍ସା ଧୀନ ଅବସ୍ଥାରେ  ମୃତ୍ୟୁ ବରଣ କରିଥିଲେ । ତେବେ ଏ ଭଳି ଘଟଣା ବାରମ୍ବାର ଘଟୁଥିବାରୁ ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

new life
You might also like
error: Content is protected !!