News
WhatsApp Image 2023-10-04 at 17.25.00
samparksetu

ମରଣ ଜନ୍ତା ପାଲଟିଛି ୫୩ ନଂ ଜାତୀୟ ରାଜପଥ, ଟ୍ରକ ଧକ୍କାରେ ବାପ ପୁଅ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ଦେଇ ଯାଇଥିବା  ୫୩ ନଂ ଜାତୀୟ ରାଜପଥ ନିକଟରେ ଆଜି ବାଇକ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି  ଯାହାକୁ ନେଇ ଉତ୍ୟକ୍ତ ଲୋକମାନେ ୫୩ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ସୂଚନା ଅନୁଯାୟୀ ବାରିହାପୁର ଗ୍ରାମର ମୀନକେତନ ସାହୁ ଏବଂ ତାଙ୍କ ପୁଅ ସମୀର ସାହୁ (୧୪) ବାଇକ ଯୋଗେ ଭୋଜି ଖାଇବା ପାଇଁ ଯାଉଥିବା ବେଳେ କାମାକ୍ଷାନଗର ପଟୁ ଆସୁଥିବା ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା ଜାହା ଫଳରେ ଉଭୟେ ଭାରସାମ୍ୟ ହରାଇ ଉଭୟେ ବାପ ପୁଅ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଭୟ  ଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ  ଉଭୟ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା ପୁଅ ସମୀର ର ଅବସ୍ଥାରେ ସୁଧାର ନ ଆସିବାରୁ ତାକୁ କଟକ ବଡ଼ ମେଡ଼ିକାଲ କୁ ପଠାଯାଇଛି ।  ଏ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକେ ସୁରକ୍ଷା ନିମନ୍ତେ  ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ଉଠିଥିଲା ।

new life
You might also like
error: Content is protected !!