News
lipub
samparksetu

ପିତାମାତା ଙ୍କର ସ୍ନେହ

ନୂଆ ସଂସାର ରେ ନୂଆ ଜୀବନ ଇଶ୍ୱର ଙ୍କର ଦାନ
ସବୁଜ ସ୍ବପ୍ନ ସୁନେଲି କିରଣ ଆମ ପାଇଁ ସେ ମହାନ
ତାଙ୍କ ଠାରୁ ସ୍ନେହ ମମତା ପଈଯେ କହୁଅଛୁ ତାଙ୍କ କାନେ
ସବୁ ଭୁଲି ଯିବୁ ତାଙ୍କୁ ନ ଭୁଲିବୁ ଫୁଲ ଭରା ଜୀବନରେ
ସବୁଠୁ ସୁନ୍ଦର ଅଟେ ମନୋହର ତାଙ୍କର ସେ ମିଠା କଥା l

ସବୁ ସ୍ବପ୍ନ ତାଙ୍କ ସାକାର କରିବୁ ଦେଉଛୁ ଆଜି ଏ କଥା
ସୃଷ୍ଟିର ଲୀଳାରେ ସୁନା ମହକରେ ପାଇଅଛୁ ତାଙ୍କୁ ଆମେ
ସଭିଙ୍କ ଓଠ ରେ ହସ ଫୁଟାଇବୁ କହୁଅଛୁ ତାଙ୍କ କାନେ
ପିତା ମାତା ଆମ ମନର ଦେବତା ମନ ରେ ସାଇତି ରଖି
ଦୁଃଖ ସମୟରେ ସ୍ମରଣ କରିଲେ ମନେ ଭାରୀ ଯାଏ ଖୁସି
ଅବାଟକୁଗଲେ କଥା ନ ମାନିଲେ ମିଠାମିଠା କଥା କହି
ହୃଦୟର ସେହି ଅମୁଲ୍ୟ କଥା ଜେ ନେଇଥାଏ ମନମୋହି
ସୃଷ୍ଟି ଆରମ୍ଭରେ ମନଭଣ୍ଡାରରେ ରହିଛି ତାଙ୍କର ସ୍ମୃତି
ଟିକି ଫୁଲ ଆମେ କୋମଳ ମନରେ ରଖିବୁ ତାଙ୍କୁ ସାଇତି
ପିତାମାତା ସ୍ନେହ ଅମୁଲ୍ୟ ସମ୍ପଦ ହଜିଲେ ମିଳିବ ନାହିଁ l

ତାଙ୍କରି ସ୍ନେହ ରୁ ବଂଚିତ ରହିଲେ ଦୁନିଆରେ ସୁଖ କାହିଁ
ତାଙ୍କରି ଆଦେଶ ପାଳନ କରିବୁ ସବୁ ବାକ୍ୟ ତାଙ୍କ ମାନି
ଜୀବନର ଶେଷ ମୁହୂର୍ତ ପର୍ଯ୍ୟନ୍ତ ତାଙ୍କୁତ ଭୁଲି ହୂଏଇନି
ସୁଖରେ ଦୁଃଖରେ ଭଲରେ ମନ୍ଦରେ କାହାକୁ କହି ହୂଏଇନି
ତାଙ୍କରି ଆଗରେ ମନର କଥାକୁ କହିଥାଉ ଆମେ ଖୋଲି
ମାତାଙ୍କ ପଣତ ସୁନ୍ଦର ଶାଶ୍ୱତ ସୃଷ୍ଟିର ଏହି ଆଧାର
ହିଂସା ଦ୍ୱେଷ ଭାବ ନାହିଁଯେ ତାଙ୍କର ଏକଥା କହେ ସଂସାର
ଶାନ୍ତ ଓ ନିର୍ମଳ ହୃଦୟ ତାଙ୍କର ତାଙ୍କ ତାଙ୍କଠାରେ ଆମେ ଋଣୀ
ସୁନ୍ଦର ସଂସାରେ ହସନ୍ତି ଆମକୁ ଦୁଃଖ ହୁଏ ନାହିଁ ଜାଣି
ପିତାମାତା ଙ୍କର ସନ୍ତାନ ଆମେ ଜେ ଦେବୁନାହିଁ ତାଙ୍କୁ ଦୁଃଖ
ତାଙ୍କ ଉପେଦେଶ ପାଳନ କରିବୁ ରଖିବୁ ତାଙ୍କରି ଟେକ
ତାଙ୍କ ସାଙ୍ଗେ ଆମେ ଏକାଠି ରହିବୁ ରଖିବୁ ତାଙ୍କରି ଟାଣ
ତାଙ୍କରି ସେବାରେ ହେଳା କରିବୁନି ଏ ହେଉଛି ଆମ ପଣ l

ଶାନ୍ତି ଭରା ଏହି ସୁନୀଲ ଆକାଶେ ଆମେ ଟିକିଟିକି ତାରା
ପୃଥିବୀ ର ଆମେ କ୍ଷୁଦ୍ର ଜଳବିନ୍ଦୁ ହବୁଦିନେ ଜଳଧାର
ତାଙ୍କରି ସ୍ବପ୍ନ କୁ ସାକାର କରିବୁ ନେଉଛୁ ଏହି ଶପଥ
ତାଙ୍କରି ଆଦେଶ ହେଉଥିବ ସଦା ଜୀବନର ଚଲାପଥ
ଏଇଶ୍ଵର ଙ୍କ ପାଶେ ଏତିକି ଦେଇନି କରନ୍ତୁ ଆମକୁ ସୁଖୀ
କୋମଳ ମନରେ ଏ ଛୋଟ ଭାବନା ରଖନ୍ତୁ ସଦା ସାଇତି ।

✍️ ସତ୍ୟସାଇ ପାତ୍ର

new life
You might also like
error: Content is protected !!